ବରଗଡ଼: ଜିଲ୍ଲାରେ ଖରିଫ ଚାଷର ଧାନ ଅମଳ ପାଇଁ ଆଉ ଅଳ୍ପ କିଛି ମାସ ବାକି ଥିବାବେଳେ ଅଦିନିଆ ବର୍ଷା କାରଣରୁ ଉଜୁଡି ଯାଇଛି ଜିଲ୍ଲାର ବହୁ ଧାନ ଚାଷୀଙ୍କ ଫସଲ। ଚାଷୀମାନେ ତାଙ୍କ ନଷ୍ଟ ହୋଇଥିବା ଧାନ ଗଛ ଗୁଡିକୁ ନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ପହଞ୍ଚିଥିଲେ ଏବଂ ଫସଲ ବୀମାର ସଠିକ ଆକଳନ କରିବାକୁ ଅନୁରୋଧ କରିଥିଲେ ।
ବର୍ଷା କାରଣରୁ ଧାନ ଫସଲ ନଷ୍ଟ ହେଉ ଥିବାବେଳେ ସେପଟେ ରୋଗ ପୋକଙ୍କ ଉପଦ୍ରବ ମଧ୍ୟ ହାଜାଇ ଦେଇଛି ଚାଷୀଙ୍କ ନିଦ । ଧାନ ଫସଲରେ ଚକଡ଼ା ପୋକ ଲାଗୁଥିବା ବେଳେ କୌଣସି କୀଟନାଶକ କାମ ଦେଉନାହିଁ । ଅନ୍ୟପଟେ ସରକାରୀ କୀଟନାଶକ ନିଅଣ୍ଟ ହେଉଥିବାରୁ ଖର୍ଚ୍ଚାନ୍ତ ହେଉଛନ୍ତି ଚାଷୀ । ଯାହା ସରକାରୀ ଦରରେ କିଣିବା କଥା ତାହା ବଜାରରୁ ଉଚ୍ଚ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ତାହା ମଧ୍ୟ କାମ କରୁନି ।