ଓଡିଶା

odisha

By

Published : Jun 13, 2021, 10:01 AM IST

ETV Bharat / state

ଟୋକନ ଟେନସନକୁ ଅଦିନିଆ ବର୍ଷା, ଚିନ୍ତାରେ ରାଜ୍ୟର ଭାତହାଣ୍ଡି ଚାଷୀ

ରାଜ୍ୟର ଭାତହାଣ୍ଡି ଚାଷୀଙ୍କ ଚିନ୍ତା ବଢାଇଛି ଟୋକନ ଏବଂ ଅଦିନିଆ ବର୍ଷା । ଧାନ କିଣାବିକା ପ୍ରକ୍ରିୟାକୁ ଆଜିକି ୨୯ ଦିନ ବିତିଗଲାଣି, ହେଲେ ବେ ଜିଲ୍ଲର ବିଭିନ୍ନ ମାର୍କେଟ ୟାର୍ଡରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିରହିଛି । ତେବେ ଖୁବ ଶୀଘ୍ର ମାର୍କେଟ ଧାନ କିଣା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟର ଭାତହାଣ୍ଡି ଚାଷୀଙ୍କ ଚିନ୍ତା ବଢାଇଛି ଟୋକାନ ଏବଂ ଅଦିନିଆ ବର୍ଷା
ରାଜ୍ୟର ଭାତହାଣ୍ଡି ଚାଷୀଙ୍କ ଚିନ୍ତା ବଢାଇଛି ଟୋକାନ ଏବଂ ଅଦିନିଆ ବର୍ଷା

ବରଗଡ଼: ଗତ ମେ ୫ ତାରିଖ ଠାରୁ ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଧାନ କିଣାବିକା ପ୍ରକ୍ରିୟାକୁ ଆଜିକି ୨୯ ଦିନ ବିତିଗଲାଣି । ହେଲେ ଏବେ ଜିଲ୍ଲର ବିଭିନ୍ନ ମାର୍କେଟ ୟାର୍ଡରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ିରହିଛି ।

ରାଜ୍ୟର ଭାତହାଣ୍ଡି ଚାଷୀଙ୍କ ଚିନ୍ତା ବଢାଇଛି ଟୋକାନ ଏବଂ ଅଦିନିଆ ବର୍ଷା

ଏପଟେ ଅଦିନିଆ ବର୍ଷା ସହିତ ମାର୍କେଟ ୟାର୍ଡର ଅବ୍ୟବସ୍ଥା ଯୋଗୁଁ ଭିଜିବାରେ ଲାଗିଛି ଧାନ । ଏହାସହ ଟୋକନ ଟେନସନ ପାଇଁ ଚାଷୀ ଧାନ ବିକ୍ରି କରିପାରୁନଥିବା ବେଳେ ମିଲର୍ସମାନେ ମନ ମୁତାବକ କଟନୀ ଛଟଣୀ କରୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଚାଷୀର କଷ୍ଟ ଉପାର୍ଜିତ ଫସଲ ବର୍ଷାରେ ନଷ୍ଟ ହେବା ସହିତ ଟୋକାନ ଅବଧି ପାଇଁ ହନ୍ତସନ୍ତ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ଖୁବ ଶୀଘ୍ର ମାର୍କେଟ ଧାନ କିଣା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ବରଗଡ ଜିଲ୍ଲାରେ ସର୍ବମୋଟ ୭୧ହଜାର ୭୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଦୁଇଟି ପର୍ଯ୍ୟାୟରେ ୫୦ ଲକ୍ଷ ୫୮ ହଜାର ୮୨୩ କ୍ଵିଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିଲା ତେବେ ରର୍ତ୍ତମାନ ସୁଦ୍ଧା ୪୧୧୭୬ ଜଣ ଚାଷୀଙ୍କଠୁ ୨୯ ଲକ୍ଷ ୩ ହଜାର ୪୭୮ କ୍ଵିଣ୍ଟାଲ ଧାନ କିଣା ସାରିଛି । ଏବଂ ଅନ୍ୟ ସମସ୍ତ ଚାଷୀଙ୍କ ଧାନ ମଧ୍ୟ ଖୁବ ଶୀଘ୍ର କିଣା ହେବ ଏବଂ ଚାଷୀଙ୍କ ଧାନ କିଣା ବିକାରେ ଟୋକାନ ବାଧକ ସାଜିବ ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ । ତେବେ ମହାମାରୀ କୋରୋନା କଟକଣା ଭିତରେ ଚାଷୀଙ୍କ ଧାନ କିଣା ପ୍ରକ୍ରିୟାକୁ ସରକାର କୋହଳ କରିଥିବା ବେଳେ ପ୍ରଶାସନ କେତେ ଶୀଘ୍ର ଚାଷୀଙ୍କ ଧାନ କିଣି ସମସ୍ୟାର ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା ।


ବରଗଡ଼ରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details