ଓଡିଶା

odisha

ETV Bharat / state

ରାସ୍ତା ପାଇଁ ବଳି ପଡିଲା ହଜାର ହଜାର ଗଛ - ବଳି ପଡିଲା ହଜାର ହଜାର ଗଛ

ଆଜିର ସମୟରେ ପରିବେଶ ସହ ଜଳବାୟୁ ଯେଭଳି ପରିବର୍ତ୍ତନ ହେବାରେ ଲାଗିଛି ତାକୁ ନେଇ ଚିନ୍ତାରେ ସମଗ୍ର ବିଶ୍ବ । ଆଉ ଏହାର ପ୍ରତିକାର ପାଇଁ କେବଳ ଗୋଟିଏ ପ୍ରତିଷେଧକ, ତାହା ହେଉଛି ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟି। ବରଗଡ ସହର ଦେଇ ଯାଇଥିବା 4 ଲେନ ବିଶିଷ୍ଟ ରାସ୍ତା ତିଆରି ସମୟରେ ହଜାର ହଜାର ଗଛ କଟାଯାଇଥିବା ବେଳେ ଏବେ ଲଣ୍ଡା ହୋଇପଡିଛି ରାସ୍ତାର ଉଭୟ ପାର୍ଶ୍ବ । ଅଧିକ ଖବର ପଢନ୍ତୁ...

ରାସ୍ତା ପାଇଁ ବଳି ପଡିଲା ହଜାର ହଜାର ଗଛ
ରାସ୍ତା ପାଇଁ ବଳି ପଡିଲା ହଜାର ହଜାର ଗଛ

By

Published : Feb 23, 2020, 3:53 AM IST

ବରଗଡ: ଆଜିର ସମୟରେ ପରିବେଶ ସହ ଜଳବାୟୁ ଯେଭଳି ପରିବର୍ତ୍ତନ ହେବାରେ ଲାଗିଛି ତାକୁ ନେଇ ଚିନ୍ତାରେ ସମଗ୍ର ବିଶ୍ବ । ଆଉ ଏହାର ପ୍ରତିକାର ପାଇଁ କେବଳ ଗୋଟିଏ ପ୍ରତିଷେଧକ, ତାହା ହେଉଛି ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟି। ତେବେ ରାଜ୍ୟ ସରକାର ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି ପାଇଁ ନାନା ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହି ସବୁ ଯୋଜନା ଖଳ ପ୍ରକୃତିର ଲୋକଙ୍କ ପାଇଁ ଫେଲ ମାରୁଛି । ରାସ୍ତାଘାଟର ନିର୍ମାଣ କାମ ଓ ପ୍ରଶସ୍ତିକରଣ ପାଇଁ ହଜାର ହଜାର ବୃକ୍ଷ ବଳି ପଡୁଛନ୍ତି। ଆଉ ନୂତନ ବୃକ୍ଷ ରୋପଣକୁ ନେଇ ସରକାରଙ୍କ ରହିଥିବା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ନିୟମ ଅନୁଯାୟୀ ନା ଗଛ ଲଗାଯାଉଛି ନା ଲଗାଯାଇଥିବା ଗଛଗୁଡିକର ଯତ୍ନ ନିଆଯାଉଛି । ତେବେ ବରଗଡ ସହର ଦେଇ ଯାଇଥିବା 4 ଲେନ ବିଶିଷ୍ଟ ରାସ୍ତା ତିଆରି ସମୟରେ ହଜାର ହଜାର ଗଛ କଟାଯାଇଥିବା ବେଳେ ଏବେ ଲଣ୍ଡା ହୋଇ ପଡିଛି ରାସ୍ତାର ଉଭୟ ପାର୍ଶ୍ବ ।

ରାସ୍ତା ପାଇଁ ବଳି ପଡିଲା ହଜାର ହଜାର ଗଛ

ଗୋଟିଏ ପଟେ ସହରର ଉନ୍ନତିକରଣ ପାଇଁ ବାଲି ଗୋଡି ପଥର ଗଦା ହୋଇଥିବା ବେଳେ ଅନ୍ୟପଟେ ମାଟି ଉପରେ ଲୋଟି ପଡିଛି ଛୋଟଠୁ ଆରମ୍ଭ କରି ବଡ ବଡ ବୃକ୍ଷ । 2012 ମସିହା । ବରଗଡ 6ନଂ ଜାତୀୟ ରାଜପଥର ନବୀକରଣ ହୋଇଥିଲା । 4 ଲେନ ବିଶିଷ୍ଟ ଜାତୀୟ ରାଜପଥର ଡ଼ିଜାଇନ କରିଥିଲା ଏନ୍‌ଏଚ୍‌ଏଆଇ । ଆଉ ରାସ୍ତାର ନିର୍ମାଣ କାର୍ଯ୍ୟ କରିଥିଲା ଅଶୋକା ବିଲିକନ୍ କମ୍ପାନୀ । ତେବେ ଲୁହୁରାଚଟିଠାରୁ ଗୋଡଭାଗା ପର୍ଯ୍ୟନ୍ତ 66 କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସମୟରେ ଉଭୟ ରାସ୍ତା କଡରେ 38 ପ୍ରକାରର ଗଛ ରହିଥିବା ବେଳେ 9 ହଜାର 907ଟି ବଡ ବଡ ବୃକ୍ଷକୁ କଟାଯାଇଥିଲା । ଆଉ ନିୟମ ରହିଛି କଟାଯାଇଥିବା ଗଛର 10 ଗୁଣା ନୂଆ ବୃକ୍ଷ ଲଗାଯିବା କଥା । ହେଲେ ବାସ୍ତବ ଚିତ୍ର ଏହା ।

ରକ୍ଷଣା ବେକ୍ଷଣର ଦାୟିତ୍ଵ ଏନଏଚଏଆଇ ଓ ଅଶୋକା ବିଲିକନ କମ୍ପାନୀର । ତେବେ ଅଶୋକା ବିଲିକନ କମ୍ପାନୀ ଦ୍ଵାରା 49 ହଜାର 405ଟି ଗଛ ଲଗାଯାଇଥିବା ଜଙ୍ଗଲ ବିଭାଗକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା । 2015 ଅକ୍ଟୋବର 10ତାରିଖ । ଧାର୍ଯ୍ୟ ଲକ୍ଷ୍ୟଠୁ କମି 33 ହଜାର 995ଟି ଗଛ ଲଗାଯାଇଥିଲା । ଯାହା ଦାୟିତ୍ବରେ ଥିବା କମ୍ପାନୀର ଅସଲ ମୁଖା ଖୋଲିଥିଲା । ପୁଣି ଠିକ ଏକ ବର୍ଷ ପରେ... ଅର୍ଥାତ 19 ସେପ୍ଟେମ୍ବର 2016 ମସିହା । 33 ହଜାର 995ଟି ବୃକ୍ଷରୁ ନଷ୍ଟ ହୋଇଥିଲା 14 ହଜାର 686 । ଯାହା ସ୍ପଷ୍ଟ ହୋଇଥିଲା ଯେ, ଯେଉଁ ଗଛ ସବୁ ଲଗାଯାଇଥିଲା ତାହାର ରକ୍ଷଣା ବେକ୍ଷଣ ହୋଇନି ।

ଦୋକାନ ବଜାର, ରାସ୍ତା କଡ ଜୁଆଡେ ଆଖି ବୁଲାଇଲେ କେଉଁଠି ଥୁଣ୍ଟା ଅବସ୍ଥା ତ ଆଉ କେଉଁଠି ପୁରା କଟା ଅବସ୍ଥାରେ ପଡିଛି ଗଛ । ସେପଟେ 2016 ମସିହାରୁ 2020 ଯାଏଁ ଗଣତି ହୋଇନାହିଁ । 4 ଲେନ ରାସ୍ତାର ଉଭୟ ପାର୍ଶ୍ବ ଯେଉଁଭଳି ଲଣ୍ଡା ଦେଖା ଯାଉଛି ଆଉ କିଛି ବୃକ୍ଷ ବଞ୍ଚିଥିବ କି ନାହିଁ ତାହା ବି ସନ୍ଦେହ ଘେରରେ । ଏମିତିକି ରାସ୍ତା ମଧ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ହେଲେ ଏତେସବୁ ପରେ ଜିଲ୍ଲା ପ୍ରଶାସନ କାହିଁକି ଚୁପ ବସିଛି ତାକୁ ନେଇ ବଡ ପ୍ରଶ୍ନ ଛିଡା ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details