ବରଗଡ: ଜିଲ୍ଲାରେ ଉଦ୍ଘାଟନ ହେଲା ସମ୍ବଲପୁରୀ ବସ୍ତ୍ରାଳୟର ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର । ବୟନ ଶିଳ୍ପ ପାଇଁ ବେଶ ନାଁ କରିଥିବା ବରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ବୁଧବାର ଅଠେଇଶହ ବର୍ଗଫୁଟରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ବିଶାଳ ସମ୍ବଲପୁରୀ ବସ୍ତ୍ରର ବିକ୍ରୟ କେନ୍ଦ୍ରକୁ ଉଦଘାଟନ କଲେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ।
ସମ୍ବଲପୁରୀ ବସ୍ତ୍ରାଳୟ କେନ୍ଦ୍ରର ଉଦଘାଟନ କଲେ ବୟନଶିଳ୍ପ ମନ୍ତ୍ରୀ - ଓଡ଼ିଶା ସରକାର
ରାଜ୍ୟ ସରକାରଙ୍କ ଦ୍ବାରା ୧୭୭.୪୦ ଲକ୍ଷ ଟଙ୍କା ବ୍ୟୟରେ ଉଦ୍ଘାଟିତ ହେଲା ଅତ୍ୟାଧୁନିକ ସମ୍ବଲପୁରୀ ବସ୍ତ୍ରାଳୟ ବିକ୍ରୟ କେନ୍ଦ୍ର । ଅଧିକ ପଢନ୍ତୁ...
ସମ୍ବଲପୁରୀ ବସ୍ତ୍ରାଳୟ କେନ୍ଦ୍ରର ଉଦଘାଟନ କଲେ ବୟନଶିଳ୍ପ ମନ୍ତ୍ରୀ
ବରଗଡ଼ ରଙ୍ଗଘର ଠାରେ ଥିବା ବସ୍ତ୍ରାଳୟ ଗୋଦାମ ସମ୍ମୁଖରେ ନୂତନ ସମ୍ବଲପୁରୀ ବସ୍ତ୍ରାଳୟ ବିକ୍ରୟ କେନ୍ଦ୍ର ଉଦ୍ଘାଟନ କରାଯାଇଛି । ଏହି ବିକ୍ରୟ କେନ୍ଦ୍ରରେ ୧୭୭.୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ବିଶାଳ ସମ୍ବଲପୁରୀ ବସ୍ତ୍ର ବିକ୍ରୟ କେନ୍ଦ୍ରରେ ବାର୍ଷିକ ୫ ରୁ ୭ କୋଟି ଟଙ୍କାର ଲୁଗା ବିକ୍ରୟ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ