ଓଡିଶା

odisha

ETV Bharat / state

ଅସୁସ୍ଥତା ମଧ୍ୟରେ ବାଜି ମାରିଲେ ସୁଶାନ୍ତ ସିଂହ

ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ବିଜୟ ବାନା ଉଡାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂହ । ଅସୁସ୍ଥତା ସତ୍ତ୍ବେ ସେ ବିପୁଳ ପରିମାଣ ଜନ ସମର୍ଥନରେ ବିଜୟ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : May 24, 2019, 9:17 AM IST

ବରଗଡ: ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ବିଜୟ ବାନା ଉଡାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂହ । ଅସୁସ୍ଥତା ସତ୍ତ୍ବେ ସେ ବିପୁଳ ପରିମାଣର ଜନ ସମର୍ଥନରେ ବିଜୟ ହାସଲ କରିଛନ୍ତି । ବିଜେପୁରରେ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇଥିବା ବେଳେ ବରଗଡର ସମସ୍ତ ଦାୟିତ୍ବ ନେଇଥିଲେ ସୁଶାନ୍ତ । ତେବେ ଅଳ୍ପ କିଛି ଦିନର ପରିଶ୍ରମ ପରେ ଏହି ବିଜୟ ହାସଲ କରିଛନ୍ତି ସୁଶାନ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ 23,332 ଭୋଟ ବ୍ୟବଧାନରେ ସୁଶାନ୍ତ ମୋଟ 98,385ଟି ଭୋଟ ସହ ବିଜେପି ପ୍ରତିଦ୍ବନ୍ଦୀ ଇରାଶିଷ ଆଚାର୍ଯ୍ୟଙ୍କୁ ମାତ୍‌ ଦେଇଛନ୍ତି । ଅନ୍ୟପଟେ ଲଗାତାର 3 ଥର ବିଜୟ ହାସଲ କରି ଲୋକଙ୍କ ବିଶ୍ବାସ ଜିତି ପାରିଥିବା ପ୍ରକାଶ କରିଛନ୍ତି ସୁଶାନ୍ତ ।

ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଶାନ୍ତ ସିଂହ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details