ଓଡିଶା

odisha

ETV Bharat / state

ପୁଣି ଚାଷୀଙ୍କୁ କନ୍ଦାଇଲା ଟୋକନ ବ୍ୟବସ୍ଥା - ଟୋକନ ବ୍ୟବସ୍ଥା

ସରକାରଙ୍କ ପ୍ରତିଶୃତି ଫେଲ ମାରିଲା । ସୁଧୁରିଲା ନାହିଁ ସ୍ଥିତି । ଅନ୍ନ ଦାତା ଏବେ ଭଗବାନ ଭରଷାରେ । ନା ଋଣ ସୁଝିବାକୁ ସରକାର ସୁଯୋଗ ଦେଉଛନ୍ତି ନା ଚାଷୀ ଆଗକୁ ବଢିବାକୁ ସହଯୋଗ କରୁଛନ୍ତି । ଅନ୍ନଦାତାଙ୍କୁ ଠେଲିଦେଇଛନ୍ତି ବିପର୍ଯ୍ୟୟ ମୁହଁକୁ ।

bargarh for farmar
bargarh for farmar

By

Published : Jan 13, 2020, 10:06 PM IST

ବରଗଡ: ଧାନ କିଣାରେ ସରକାରଙ୍କ ଟୋକନ ବ୍ୟବସ୍ଥା ଭାତହାଣ୍ଡିର ଚାଷୀଙ୍କ ପାଇଁ ଏବେ ସାଜିଛି କାଳ | ଚାଷୀଙ୍କ ହାତରେ ଟୋକନ ଅଛି , ଧାନ ମଧ୍ୟ ମଣ୍ଡିରେ ପଡି ବର୍ଷା ପାଣିରେ ଭିଜୁଛି ହେଲେ ନା ଧାନ ବିକ୍ରି କରିପାରୁଛନ୍ତି ନା ରବି ଫସଲ ପାଇଁ ଆଗକୁ କାମ ଧନ୍ଦା କରିପାରୁଛନ୍ତି | କେବଳ ସରକାରୀ ଅଫିସ ଦୌଡି ଦୌଡି ହଇରାଣ ହେଉଛନ୍ତି । ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ଋଣ ସୁଝିବା ପାଇଁ, ହେଲେ ନିରାଶ ହୋଇ ଫେରୁଛନ୍ତି ଘରକୁ |

ଚାଷୀଙ୍କ ସ୍ଥିତି ଯଥା ପୂର୍ବଂ ତଥା ପରଂ

ସରକାରଙ୍କ ନୂତନ ନିୟମକୁ ଚାଷୀ ମାନେ ଯେତେ ବିରୋଧ କରିଥିଲେ ମଧ୍ୟ ଚାଷୀଙ୍କ କଥା ଶୁଣିନଥିଲେ ସରକାର । ବାଧ୍ୟତାମୂଳକ ଭାବରେ ଲାଗୁ କରାଯାଇଥିଲା ଟୋକନ ବ୍ୟବସ୍ଥା | ଏହି ଟୋକନ ବ୍ୟବସ୍ଥାରେ ଯେଉଁ ଭୟାବହ ପରିସ୍ଥିତି ଉପୁଜିବ ବୋଲି ଭୟ କରୁଥିଲେ ଚାଷୀ ଆଜି ସେହି ପରିସ୍ଥିତି ସୃଷ୍ଟି ହୋଇଛି ।


ବରପାଲି ବ୍ଲକ ଅନ୍ତର୍ଗତ ରେମତା ଗ୍ରାମର ଶତାଧିକ ଚାଷୀଙ୍କ ହାତରେ ଟୋକନ ଥିଲେ ମଧ୍ୟ ସେମାନଙ୍କର ଧାନ ବିକ୍ରି ହୋଇପାରୁନଥିବା ଅଭିଯୋଗ ନେଇ ଗୋଟେ ମାସ ହେଲା ପ୍ରଶାସନ ପାଖକୁ ଦୌଡୁ ଥିଲେ ମଧ୍ୟ କୌଣସି ସୁଫଳ ନପାଇ ନିରାଶ ହୋଇଫେରୁଛନ୍ତି ଚାଷୀ । ଅନ୍ୟପଟେ ମଣ୍ଡିରେ ଧାନ ସବୁ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଗଲାଣି | ଏବେ ଚାଷୀ ରବି ଫସଲ ପାଇଁ ବିଲରେ ବ୍ୟସ୍ତ ଥିବା ସମୟରେ ଖରିଫ ଫସଲରେ ଅମଳ ଧାନର ପଇସା ନପାଇ ଚିନ୍ତାରେ ପଡିଯାଇଛି | ଋଣ ଆଣିଥିବା ଟଙ୍କା ସୁଝିବା ପାଇଁ ଚାଷୀ ଏବେ ଚାପ ଗ୍ରସ୍ତ ହେଉଥିବା ବେଳେ ପରିବାର ପୋଷଣ ପାଇଁ ମଧ୍ୟ ହାତରେ ପଇସା ନାହିଁ । ଏପରି ପରିସ୍ଥିତିରେ ଚାଷୀ ଆତ୍ମହତ୍ୟା ଘଟଣା ପୁଣି ନଘଟୁ ସେଦିଗରେ ଜିଲ୍ଲା ପ୍ରଶାସନ ସଜାଗ ହେବା ଜରୁରୀ ହୋଇପଡିଛି |


ବରଗଡରୁ ରାଜେସ ସରାଫ, ଇଟିଭି ଭାରତ

ABOUT THE AUTHOR

...view details