ଓଡିଶା

odisha

ETV Bharat / state

କଣ୍ଟାପାଲିର କଂସା କାହାଣୀ

ବିପଦରେ କଣ୍ଟାପାଲି ଗାଁର କୂଳବେଉସା । କୌଳିକ ବୃତ୍ତି ବଞ୍ଚାଇ ରଖିବା ପାଇଁ କଂସା କାରିଗରଙ୍କ ସଙ୍ଘର୍ଷ ।

By

Published : Jun 26, 2019, 4:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲାର କଣ୍ଟାପାଲି । ଯେଉଁ ଗାଁରେ କାଉ ନୁହେଁ, ଠୁକୁର ଠୁକୁର ଶବ୍ଦ ହିଁ ଗ୍ରାବବାସୀଙ୍କୁ ସକାଳର ସୂଚନା ଦେଇଥାଏ । ଆଉ ଏହି ଶବ୍ଦ ଗାଁର ପରିଚୟ । 2ଶହରୁ ଊର୍ଦ୍ଧ୍ବ କଂସାରୀ ପରିବାରଙ୍କ ଶିଳ୍ପକଳାକୁ ନେଇ ସମୃଦ୍ଧ ଏ ଗାଁ । ହେଲେ ଏବେ ଏମାନଙ୍କ ବୃତ୍ତିରେ ମାଡିଆସିଛି କଳାବାଦଲ । ଷ୍ଟିଲ ଓ ଫାଇବର ଯୁଗରେ କଂସା ବାସନର ଚାହିଦା କମିଛି । ଯାହାଫଳରେ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସଙ୍ଘର୍ଷ କରିବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

କୋଇଲା ଭାଟିରେ କଞ୍ଚାମାଲକୁ ଉଚ୍ଚ ତାପମାତ୍ରରେ ତରଳାଇ ଛାଞ୍ଚରେ ଢ଼ଳା ଯାଇ ଏସବୁ ପ୍ରସ୍ତୁତ କରାଯାଏ । ହେଲେ ଏବେ କୋଇଲା ଓ କଞ୍ଚାମାଲ ସହ ତାଳ ଦେଇ ଉତ୍ପାଦିତ ସାମଗ୍ରୀର ମଧ୍ୟ ଦର ବଢୁଛି । ଯେଉଁଥିପାଇଁ ଏସବୁ ଜିନିଷରୁ ଲୋକେ ମୁହଁ ଫେରାଇ ନେଉଛନ୍ତି । କେବଳ ବିବାହ, ବ୍ରତ ଆଦି କାର୍ଯ୍ୟରେ ନାମକୁ ମାତ୍ର ଏହାର ବ୍ୟବହାର ହେଉଥିବା କଂସାରୀ କହିଛନ୍ତି ।

ହସ୍ତତନ୍ତ ଭଳି କଂସା ତିଆରି ଜିନିଷର ବିକ୍ରି ଓ ପ୍ରଚାର ପ୍ରସାରର ମଧ୍ୟ ଆବଶ୍ୟକତା ରହିଛି । ସରକାରୀ ସ୍ତରରେ ଏନେଇ ପଦକ୍ଷେପ ନିଆଗଲେ ହସିବେ କଂସା କାରିଗର, ହସିବ କଣ୍ଟାପାଲି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details