ଓଡିଶା

odisha

ETV Bharat / state

ବାହୁଡାରେ ଅଘଟଣ: ଦୁର୍ଘଟଣାରେ 3 ମୃତ, 27 ଆହତ - accident

ବାହୁଡାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା । ଶୋକାକୂଳ ପରିବେଶ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jul 12, 2019, 10:30 PM IST

ଭୁବନେଶ୍ବର: ଗଜପତି ଜିଲ୍ଲାର ଗାରବନ୍ଧ ଥାନା ଅନ୍ତର୍ଗତ ଶୋବରା ଗ୍ରାମ ଛକରେ ସର୍ମନ୍ତୁତ ସଡକ ଦୁର୍ଘଟଣା । ଟ୍ରାକ୍ଟର ଟ୍ରଲି ଓଲଟି ଜଣେ ମୃତ, 27 ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ମୃତକ ଜଣକ ହେଉଛନ୍ତି ଗଙ୍ଗାବାଡର କୁସମି ସବର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଓ ଆହତଙ୍କୁ ଗାରବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏହାସହ ଅଧିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି । ଏଠାରେ ସୂଚନାଯୋଗ୍ୟ, ଟ୍ରାକ୍ଟରରେ ଭୋଜି ଖାଇ ଫେରୁଥିବା ବେଳେ ଟ୍ରାକ୍ଟର ଟ୍ରଲି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସେହିପରି ଆଉ ଏକ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ଚାଷ ଜମିରେ ଟ୍ରାକ୍ଟର ଯୋଗେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଧାଙ୍ଗୁଡିଷୋଳ ଗ୍ରାମରେ । ଶୁକ୍ରବାର ଟ୍ରାକ୍ଟର ଡ୍ରାଇଭର ବାୟା ସିଂ ଧାଙ୍ଗୁଡିଷୋଳ ଗ୍ରାମରେ ଟ୍ରାକ୍ଟର ଯୋଗେ ଚାଷ ଜମିରେ ହଳ କରୁଥିବା ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏହାପରେ ବାୟା ସିଂ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଝାରପୋଖରୀଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଭୁତିବାହଳ ଗ୍ରାମରେ ଟ୍ରାକ୍ଟରରୁ ଖସିପଡି ଜଣେ 14 ବର୍ଷର ନାବାଳକ ଶ୍ରମିକଙ୍କ ମୃତ୍ୟୁ ହୋଇଛି | ରାଇସଲପଦର ପଞ୍ଚାୟତରେ ଥିବା ଭୁତିବାହଳ ଗ୍ରାମର ନାଗର ଜୁଆଡିଙ୍କ 14 ବର୍ଷର ପୁତ୍ର ଫଗୁନୁ ଜୁଆଡିଙ୍କୁ ସେହି ଗ୍ରାମର ରାତୁ ସାହୁ ନାମକ ବ୍ୟକ୍ତି ଟ୍ରାକ୍ଟରରେ କାମ କରିବା ପାଇଁ କହିଥିଲେ | ନାବାଳକ ଜଣକ ମନା କରିବାରୁ ରାତୁ ସାହୁ ଉକ୍ତ ବାଳକକୁ ଚକଲେଟ୍ ଓ ବିସ୍କୁଟ ଦେଇ କାମ କରିବା ପାଇଁ ଫୁସୁଲାଇ ନେଇ ଯାଇଥିଲେ |

ତେବେ ଗାଁ ରୁ କିଛି ଦୂର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ସୀମାନ୍ତରେ ଉକ୍ତ ନାବାଳକ ଜଣକ ହଠାତ ଟ୍ରାକ୍ଟରରୁ ତଳକୁ ଗଳି ପଡି ଚକ ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା |

ତେବେ ଗ୍ରାମର ଉତ୍ୟକ୍ତ ଲୋକେ ଘଟଣା ସ୍ଥଳକୁ ପହଞ୍ଚି ଟ୍ରାକ୍ଟରକୁ ନିଆଁ ଲଗାଇ ଦେଇଥିଲେ | ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଦୁର୍ଘଟଣା ଘଟିଥିବା ଟ୍ରାକ୍ଟରକୁ ଜବତ କରିବା ସହ ଟ୍ରାକ୍ଟର ମାଲିକକୁ ଗିରଫ କରିଥିଲା । ତେବେ ନାବାଳକଙ୍କ ମୃତ ଶରୀରକୁ ପୋଲିସ ଜବତ କରି ପଦ୍ମପୁର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details