ଓଡିଶା

odisha

ETV Bharat / state

ପୁଣି ସକ୍ରିୟ ହେଲେଣି ମାଫିଆ, ନିର୍ବାଚନରେ ସରକାରୀ କଳ ବ୍ୟସ୍ତ ନା ବାହାନା !

ନିର୍ବାଚନ ଯେପରି ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ଭାବରେ ସରିବ ସେ ନେଇ ସରକାରଙ୍କ ସମେତ ସୁରକ୍ଷା ବାହିନୀ ସଜାଗ ଓ ପ୍ରସ୍ତୁତ । ନିର୍ବାଚନକୁ ନେଇ ବରଗଡ ପୋଲିସ ଓ ପ୍ରଶାସନ ବହୁଳ ମାତ୍ରରେ ବ୍ୟସ୍ତ । ଏହା ମାଫିଆ ମାନଙ୍କ ପାଇଁ ଅନୁକୂଳ ସମୟ ନିଜ କାରନାମାର କାୟା ବିସ୍ତାର ପାଇଁ । ମାଫିଆ ଦଳ ବେଫିକର ଭାବରେ ଭୟଶୂନ୍ୟ ହୋଇ ରାଜୁତି କରୁଛନ୍ତି ଜିଲ୍ଲାରେ ।

By

Published : Mar 29, 2019, 12:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

ବରଗଡ: ରାଜନୀତିର ଉଷ୍ମ ହାୱାରେ ପଲ୍ଲୀ ଠାରୁ ଦିଲ୍ଲୀ ସବୁଆଡେ ମାହୋଲ ସରଗରମ । ନିର୍ବାଚନ ଯେପରି ଅବାଧ, ସ୍ବଚ୍ଛ ଓ ନିରପେକ୍ଷ ଭାବରେ ସରିବ ସେ ନେଇ ସରକାରଙ୍କ ସମେତ ସୁରକ୍ଷା ବାହିନୀ ସଜାଗ ଓ ପ୍ରସ୍ତୁତ । ନିର୍ବାଚନକୁ ନେଇ ବରଗଡ ପୋଲିସ ଓ ପ୍ରଶାସନ ବହୁଳ ମାତ୍ରରେ ବ୍ୟସ୍ତ । ଏହା ମାଫିଆମାନଙ୍କ ପାଇଁ ଅନୁକୂଳ ସମୟ ନିଜ କାରନାମାର କାୟା ବିସ୍ତାର ପାଇଁ । ମାଫିଆ ଦଳ ବେଫିକର ଭାବରେ ଭୟଶୂନ୍ୟ ହୋଇ ରାଜୁତି କରୁଛନ୍ତି ଜିଲ୍ଲାରେ। ପୋଲିସ ଓ ପ୍ରଶାସନର ବ୍ୟସ୍ତତା ନୁହେଁବାହାନା କରୁଛି ବୋଲି ଅଭିଯୋଗ ରହିଛି । ଜିଲ୍ଲା ସମ୍ପତ୍ତିକୁ ଲୁଟ କରିବାରେ ପୋଲିସ ମାଫିଆଙ୍କ ହାତବାରେସି ସାଜିଛି । ଏହାସହପୋଲିସ ନୀରବଦ୍ରଷ୍ଟା ସାଜିମାଫିଆଙ୍କ ବାଟରେ କଣ୍ଟା ନହୋଇ ନିଜ ପାଉଣା ନେଇ ଖୁସ୍‌ ରହୁଥିବା ଅଞ୍ଚଳବାସୀ ପ୍ରଶ୍ନଉଠାଇଛନ୍ତି ।

ଖବର ଅନୁଯାୟୀ ବରଗଡରେ 18 ତାରିଖରେ ଭୋଟ ଗ୍ରହଣ କରାଯିବ । ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ପଦ୍ମପୁର ଅଞ୍ଚଳର ମାଫିଆ ଏବେ ସକ୍ରିୟ | ପଦ୍ମପୁରରେ ମାଫିଆଙ୍କ ଔଦ୍ଧତ୍ୟ କାରନାମା ଦେଖିବାକୁ ମିଳିଛି । କାଠ ମାଫିଆ ଗଛ କାଟି ଜଙ୍ଗଲ ସଫା କରିଦେଲେଣି | ଏନେଇ ଅଞ୍ଚଳବାସୀଙ୍କ ଦ୍ଵାରା ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଧା ପୋଲିସ ଓ ପ୍ରଶାସନ କେଉଁ କାରଣରୁ ନଜରଅନ୍ଦାଜ କରୁଛି ସେ ନେଇ ପ୍ରଶ୍ନମୁଣ୍ଡ ଟେକିଛି ।

ସେହିଭଳି କିଛି ଦିନ ତଳେ ଅନେକ ହାଇୱା, ଡମ୍ଫର ଓ ଜେସିବି ସାହାଯ୍ୟରେ ଓଡିଶାର ବାଲି ବେଆଇନ ଭାବରେ ଛତିଶଗଡକୁ ଚୋରା ଚାଲାଣ କରାଯାଉଥିବା ବେଳେ ଝାରବନ୍ଦ ତହସିଲଦାର ଘଟଣାସ୍ଥଳକୁ ପହଞ୍ଚି ସମସ୍ତ ଗାଡିକୁ ଜବତ କରିଥିଲେ। ଏହାସହ ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ତହସିଲଦାରଙ୍କ କଥା ଉପରେ ଆଦୌ ଗୁରୁତ୍ଵ ଦେଇନଥିଲା । ଏହି କାରଣରୁ ବାଧ୍ୟ ହୋଇ ତହସିଲଦାର ସମସ୍ତ ଗାଡି ଗୁଡିକୁ କେବଳ ଚାଲାଣ କାଟି ଛାଡି ଦେଇଥିଲେ | ଓଡିଶାରୁ ବାଲି ଛତିଶଗଡକୁ ଚୋରା ଚାଲାଣରେ ସ୍ଥାନୀୟ ପୋଲିସର ହାତ ରହିବା ସହ ପୋଲିସ ବିଭାଗର ଗୋଚରରେ କାରବାର ବଢୁଥିବା ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ |

ସେହିପରି ଜିଲ୍ଲାର ଝାରବନ୍ଦ ଓ ଜଗଦଲପୁର ଜଙ୍ଗଲ ଭିତରେ ରହିଥିବା ଖଣିଜ ପଥର ଗୁଡିକର ଚୋରା ଚାଲାଣ ମଧ୍ୟ ଆରମ୍ଭ ହୋଇଯାଇଛି | ଓଡିଶା ରାଜସ୍ୱକୁ ଚୋରି କରିବାରେ ଖୋଦ୍‌ ରାଜ୍ୟ ପୋଲିସ ସହଯୋଗ କରୁଥିବା ଅଭିଯୋଗ ହୋଇଛି | ଏହି ଅଞ୍ଚଳରେ ମାଫିଆଙ୍କ ସଙ୍ଗେ ପୋଲିସର ସମ୍ପୃକ୍ତି କାରଣରୁ ସମଗ୍ର ଜଙ୍ଗଲ ନଷ୍ଟ ହେବା ସଙ୍ଗେ ବହୁ ଖଣିଜ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ଏହି ଅଞ୍ଚଳରେ ସରକାରଙ୍କ କୋଟିକୋଟି ରାଜସ୍ୱହାନୀ ହେଉଛି । ତଥାପି ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସରକାରୀ କଳର କାର୍ଯ୍ୟକଳାପ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details