ଓଡିଶା

odisha

ETV Bharat / state

ଘନଉଛି ମାତୃଛାୟା ଘଟଣା, ଯୌନକାରବାର ଚାଲିଥିବା ଅଭିଯୋଗ - alligation i

ମାତୃଛାୟା ଆଶ୍ରୟଗୃହରେ ଜଣେ ନାବାଳିକାକୁ 60 ହଜାର ଟଙ୍କାରେ ବିକ୍ରି ପରେ ଏବେ ଫିଟୁଛି ଅନୁଷ୍ଠାନର କଳାକାରନାମା । ମାତୃଛାୟାରେ ମହିଳାଙ୍କ ସହିତ ଯୌନ କାରବାର କରାଯାଉଥିବା ଅଭିଯୋଗ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବରଗଡ

By

Published : Jul 7, 2019, 9:55 AM IST


ବରଗଡ଼: ସଦର ଥାନା ଅନ୍ତର୍ଗତ ଚକରକେନ୍ଦରେ ଥିବା ମାତୃଛାୟା ଅନୁଷ୍ଠାନରେ ଯୌନକାରବାର ଅଭିଯୋଗ । ମହିଳାଙ୍କ ସହିତ ଯୌନ କାରବାର କରାଯାଉଥିବା ଅଭିଯୋଗ ହେବା ପରେ ପ୍ରଶାସନ ଓ ପୋଲିସ ଆରମ୍ଭ କରିଛି ଚଢ଼ାଉ ।

କେବଳ ୧୮ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଅନୁଷ୍ଠାନରେ ରଖିବାର ନିୟମ ରହିଥିବାବେଳେ ବେଆଇନ ଭାବେ ଜଣେ 15 ବର୍ଷୀୟ ନାବାଳିକାକୁ ରଖାଯାଇଥିଲା । ପରେ ସେହି ନାବାଳିକାକୁ ୬୦ ହଜାର ଟଙ୍କାରେ ଜଣେ ଯୁବକକୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ ହେବାପରେ ସେଠାରେ ସେକ୍ସ କାରବାର ଚାଲିଥିବା ଅଭିଯୋଗ ଆସିଛି ।


ନାବାଳିକାର କହିବା ଅନୁଯାୟୀ ରାତିରେ ବଡ଼ବଡ଼ିଆ ଲୋକ ସେଠାକୁ ଆସନ୍ତି ଏବଂ ମାତୃଛାୟାର ଉପର ମହଲାରେ ବଡ଼ ପଲଙ୍କ ରହିଥିବା ଦୁଇଟି ରୁମକୁ ବ୍ୟବହାର କରାଯାଇଥାଏ । ରାତି ୧୧ ଟାରୁ ଭୋର ୩ଟା ପର୍ଯ୍ୟନ୍ତ ଏହି କାରବାର ଚାଲିଥାଏ । ଯାହାକୁ ମୁଁ ନିଜେ ଦେଖିଛି ବୋଲି ଅଭିଯୋଗ କରିଛନ୍ତି ଉକ୍ତ ନାବାଳିକା । ଘଟଣା ପ୍ରକାଶ ହେବା ପରେ ତତ୍ପର ହୋଇଉଠିଛି ପ୍ରଶାସନ । ମାତୃଛାୟାରେ ଆରମ୍ଭ କରିଦେଇଛି ତଦନ୍ତ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ
ତେବେ ଝିଅ ଜଣକ ମିଥ୍ୟା ଆରୋପ ଲଗାଉଛି ବୋଲି କହିଛନ୍ତି ଅନୁଷ୍ଠାନର ପରିଚାଳକ । ଅନ୍ଯପଟେ ପୋଲିସ ଉପରେ ଦୋଷ ଲଦି ସେ କହିଛନ୍ତି, ପୋଲିସ ଜୋର ଜବରଦସ୍ତ ଆଣି ଝିଅଙ୍କୁ ସେଠାରେ ରଖିଚାଲିଯାଉଛି ।ମାତୃଛାୟା ପରିଚାଳକ ଉକ୍ତ ଝିଅଙ୍କୁ ରଖିବା ପରେ ଶିଶୁ କଲ୍ୟାଣ ବିଭାଗକୁ କିମ୍ବା ଜିଲ୍ଲା ସମାଜ କଲ୍ୟାଣ ବିଭାଗକୁ ମଧ୍ୟ ଜଣାଇନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଯେଉଁ ଯୁବକ ସହିତ ନାବାଳିକାଙ୍କୁ ଛାଡ଼ିଛନ୍ତି, ସେ ଯୁବକ ସହିତ ଆଇନ୍ ଅନୁଯାୟୀ କୌଣସି ପ୍ରକାରର ଲେଖାପଢ଼ା ହୋଇନାହିଁ ଯାହା ସମ୍ପୂର୍ଣ୍ଣ ବେଆଇନ । ବର୍ତ୍ତମାନ ସେହି ଯୁବକ ନାବାଳିକାଙ୍କୁ ଛାଡି ଚାଲିଯିବାରୁ ଘଟଣାଟି ସାମନାକୁ ଆସିଛି ।କିଛି ମାସ ତଳେ ମାତୃଛାୟାର ଜଣେ ଅନ୍ତେବାସିନୀଙ୍କର ମୃତଦେହ ଅନୁଷ୍ଠାନ ନିକଟରେ ଥିବା ଏକ ନିଛାଟିଆ ଅଞ୍ଚଳରେ ପଡ଼ିରହିଥିଲା, ଯାହାର ସତ୍ୟତା ଆଜି ପର୍ଯ୍ୟନ୍ତ ମଧ୍ଯ ଜଣାପଡ଼ି ନାହିଁ । ଏଠାରେ ସମୁଦାୟ କେତେ ମହିଳା ରହିଛନ୍ତି ଓ ସେମାନଙ୍କର ସ୍ଥିତି କଣ ରହିଛି, ଏ ସମ୍ବନ୍ଧରେ ପରିଚାଳକ ପୋଲିସକୁ କଣ ପାଇଁ ତଥ୍ୟ ଦେଉନାହାଁନ୍ତି, ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details