ବରଗଡ: ପ୍ରାଥମିକ ଶିକ୍ଷା ହେଉଛି ସାମାଜିକ ବିକାଶର ମୂଳଦୁଆ ବା ମେରୁଦଣ୍ଡ | ତେଣୁ ସମାଜର ଉନ୍ନତି ପାଇଁ ପ୍ରାଥମିକ ଶିକ୍ଷାର ଉନ୍ନତି ନିତ୍ୟାନ୍ତ ଆବଶ୍ୟକ । ସରକାରଙ୍କ ନିର୍ଦେଶରେ 10 ରୁ କମ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟକୁ ସମ୍ପୂର୍ଣ ବନ୍ଦ କରିଦିଆଯିବା ପାଇଁ ରହିଥିବା ନିୟମ ଯୋଗୁଁ ବହୁ ଗରିବ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ରହି ତାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଉଛି ।
ବିଗତ ଦିନ ମାନଙ୍କରେ ବରଗଡ ଜିଲ୍ଲାର ଏପରି ବହୁ ସ୍କୁଲ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି ଆଉ କେତେକ ସ୍କୁଲ । ଏଥିରେ ସାମିଲ ରହିଛି ନବୀନଙ୍କ ଗଡ କୁହାଯାଉଥିବା ବିଜେପୁରର ଳିମ୍ବଟିକିରା ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ।
୧୯୯୮ ମସିହାରେ ନିର୍ମିତ ହୋଇଥିବା ଲିମ୍ବଟିକିରା ବିଦ୍ୟାଳୟ ଉପରେ ଆଖପାଖ ଗ୍ରାମର ଛାତ୍ରଛାତ୍ରୀ ମାନେ ନିର୍ଭରଶୀଳ । ମାତ୍ର ଗୋଟିଏ ଶିକ୍ଷକରେ ସ୍କୁଲ ଚଲାଉଥିବାରୁ ଭଲ ପାଠପଢା ସମ୍ଭବ ହୋଇନଥିଲା । ଫଳରେ ସରକାର ଏହି ସ୍କୁଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି |