ଓଡିଶା

odisha

ETV Bharat / state

ବରଗଡରେ କାଳବୈଶାଖୀ ତାଣ୍ଡବ, ଜମିରେ ଗଜା ହେଲା ଧାନ - ବରଗଡ ରବି ଫସଲ ନଷ୍ଟ

ଚାଷୀଙ୍କ ପାଇଁ କାଳ ସାଜିଲା କାଳବୈଶାଖୀ । ଗତ ୫ ତାରିଖରୁ ବରଗଡ ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ତିନିଦିନ ଧରି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଯୋଗୁଁ ଅମଳ କରିଥିବା ଧାନ ବିଲରେ ପଡି ଗଜା ଦେଲାଣି । ଅଧିକ ପଢନ୍ତୁ...

ବରଗଡରେ କାଳବୈଶାଖୀ ତାଣ୍ଡବ, ଜମିରେ ଗଜା ହେଲା ଧାନ
ବରଗଡରେ କାଳବୈଶାଖୀ ତାଣ୍ଡବ, ଜମିରେ ଗଜା ହେଲା ଧାନ

By

Published : Jun 12, 2021, 6:32 PM IST

ବରଗଡ: ଚାଷୀଙ୍କ ପାଇଁ କାଳ ସାଜିଲା କାଳବୈଶାଖୀ । ଗତ ୫ ତାରିଖରୁ ବରଗଡ ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ବେଳେ ତିନିଦିନ ଧରି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ଯୋଗୁଁ ଅମଳ କରିଥିବା ଧାନ ବିଲରେ ପଡି ଗଜା ଦେଲାଣି । ଟୋକନ ଅବଧି ୧୨ ଦିନ ଥିବାବେଳେ ଚାଷୀ ବାଧ୍ୟ ହୋଇ ଧାନ ଅମଳ କରୁଛି ବୋଲି କହିବା ସହ କ୍ଷତିପୂରଣ ଦାବି କରିଛନ୍ତି ।

ବରଗଡରେ କାଳବୈଶାଖୀ ତାଣ୍ଡବ, ଜମିରେ ଗଜା ହେଲା ଧାନ

ବରଗଡ ଜିଲ୍ଲାରେ ମଇ ୫ ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଭାବି ବିକ୍ରି ଏବଂ ମନ୍ଥର ଗତିରେ ଧାନ ମଣ୍ଡିରୁ ଉଠୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ହେଲେ ଅନ୍ୟପଟେ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ବରଗଡ, ଅତାବିରା, ଭେଡ଼େନ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଅଧିକାଂଶ ଚାଷୀ ବିଳରୁ ଫସଲ ଅମଳ କରି ନଥିବା ବେଳେ ଏହା କ୍ଷେତରେ ପଡି ରହିଛି ଏବଂ ବର୍ଷାରେ ଭିଜି ଗଜା ଦେଲାଣି ତ ଖଳାରେ ପଡି ରହିଥିବା ଧାନକୁ ସଂରକ୍ଷିତ କରିବାକୁ ଚାଷୀ ଆପ୍ରାଣ ଉଦ୍ୟମ ଜାରି ରଖିଛି । ଟୋକାନ ଅବଧି ୧୨ ଦିନର ରହିଛି । ଯାହାକୁ ନେଇ ଚାଷୀ ଧାନ ଅମଳ କରିଛନ୍ତି ଏବଂ ଫଳ ସ୍ବରୂପ ବିଲରେ ଧାନ ସବୁ ଗଜା ଦେଲାଣି । ଚାଷ ପାଇଁ ବ୍ୟାଙ୍କରୁ ଋଣ ନେଲା ବେଳେ ଚାଷୀର ଆକାଉଣ୍ଟ ରୁ ଫସଲ ବୀମା ବାବଦରେ ଟଙ୍କା କଟି ଥାଏ ଯାହାକି ଏବେ ଚାଷୀ କ୍ଷତିପୂରଣ ପାଇଁ ଆଶା ରଖିଛନ୍ତି ହେଲେ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଫସଲ ବାବଦରେ ପଚାରି ନଥିବା ଅଭିଯୋଗ କରିଛନ୍ତି ।

ବରଗଡ ଜିଲ୍ଲା ଧାନ ସଂଗ୍ରହ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଚଳିତ ବର୍ଷ ୪୦ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଛି । ଜିଲ୍ଲାର ୪୦ ଟି ପଞ୍ଚାୟତ ଏବଂ ୧୧ଶହ ହେକ୍ଟର ଧାନ ନଷ୍ଟ ହୋଇଛି ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ ଜମି ଆକଳନ କରାଯାଇ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ବରଗଡ ସିଡ଼ିଏମଓ ବୈକୁଣ୍ଠ ଚରଣ ସାହୁ । ତେବେ ସରକାରଙ୍କ କ୍ଷୟକ୍ଷତିର ଆକଳନ କରି କେତେ ଶୀଘ୍ର ସହାୟତା ପ୍ରଦାନ କରାଯାଉଛି ତାହା ଉପରେ ସମସ୍ତଙ୍କ ରହିଛି ନଜର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details