ଓଡିଶା

odisha

ETV Bharat / state

କୋଭିଡ ସ୍ଥିତି ନେଇ ବରଗଡରେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ - କୋଭିଡ

କୋରୋନା ମହାମାରୀର ଦ୍ବିତୀୟ ସଂକ୍ରମଣ ଭୟାବହତାକୁ ବରଗଡ ଜିଲ୍ଲା ପ୍ରଶାସନ ଓ କୋଭିଡ ପର୍ଯ୍ୟାବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ
ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

By

Published : Apr 8, 2021, 11:01 AM IST

ବରଗଡ: କୋରୋନା ମହାମାରୀର ଦ୍ବିତୀୟ ସଂକ୍ରମଣ ଭୟାବହତାକୁ ଦେଖି ରାଜ୍ୟ ସରକାରଙ୍କ ଦ୍ଵାରା ବରଗଡ଼ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ସତ୍ୟବ୍ରତ ସାହୁ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି । ଗସ୍ତରେ ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନା କରିଛନ୍ତି ।

ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

ବରଗଡ ଜିଲ୍ଲା ପଡୋଶୀ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଅବସ୍ଥିତ ଏବଂ ଛତିଶଗଡ଼ରେ ଏବେ ପରିସ୍ଥିତି ଭୟାବହ ହେବାରେ ଲାଗିଛି । ଏସବୁ ଅନୁଧ୍ୟାନ କରି କୋଭିଡ ପର୍ଯ୍ୟବେକ୍ଷକ ପଡୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତ ଅଞ୍ଚଳକୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡି ଯାଞ୍ଚ‌ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ବରିଷ୍ଠ ନାଗରିକ ଏବଂ ବିବିଧ ରୋଗରେ ପୀଡିତଙ୍କୁ ଟୀକାକରଣ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ।

ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନୂତନ ଭାବେ ଆରମ୍ଭ ହୋଇଥିବା କୋଭିଡ ଟୀକାକରଣ ଓ ସଚେତନତା ଉପରେ ସମୀକ୍ଷା କରିଥିଲେ ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details