ବରଗଡ:ସାମାଜିକ ବାସନ୍ଦ କରାଯାଇଥିବାରୁ ଥାନା ଘେରିଲେ ଏକାଧିକ ଦଳିତ ପରିବାର । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଗୌରେନମୁଣ୍ଡାରେ । ସୂଚନା ଅନୁସାରେ, ଏଠାରେ ବସବାସ କରୁଥିବା ଏକାଧିକ ହରିଜନ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା । ଘଟଣାକୁ ମାସେରୁ ଅଧିକ ସମୟ ବିତିଲାଣୀ ।
ହେଲେ ପୋଲିସ ଏଥିରେ ହସ୍ତକ୍ଷେପ କରି ନଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା । ଯାହାକୁ ବିରୋଧ କରି ଏକାଧିକ ପରିବାର ଲକ୍ଷେ ଘରେ ଗଣ୍ଡା ସମାଜ ଆନୁକୂଲ୍ୟରେ ବିଭିନ୍ନ ନାରାବାଜି କରିବା ସହ ଗାଇସିଲେଟରେ ଏକ ରାଲି କରିଥିଲେ ।