ଓଡିଶା

odisha

ETV Bharat / state

ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଉଦ୍ୟମ, ମନ୍ଦିର ପୂଜକ ଗିରଫ - ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ

ମହିଳା ଶ୍ରଦ୍ଧାଳୁଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ବନ୍ଧା ହେଲେ ରଙ୍ଗିଲା ପୂଜକ । ବରଗଡ ପାଇକମାଳ ଅଞ୍ଚଳରୁ ସାମ୍ନାକୁ ଆସିଛି ଘଟଣା । ଅଧିକ ପଢନ୍ତୁ...

ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଉଦ୍ୟମ, ମନ୍ଦିର ପୂଜକ ଗିରଫ
ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଉଦ୍ୟମ, ମନ୍ଦିର ପୂଜକ ଗିରଫ

By

Published : Sep 4, 2021, 9:32 PM IST

ବରଗଡ: ମହିଳା ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା ପରେ ବନ୍ଧା ହେଲେ ମନ୍ଦିର ପୂଜକ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ । ଆଧ୍ୟାତ୍ମିକ ଭାବନା ନେଇ ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ଦେବାଦେବୀଙ୍କ ପରେ ପୂଜକମାନଙ୍କୁ ଅତି ଭକ୍ତି ଓ ସମ୍ମାନ କରିଥାନ୍ତି ଶ୍ରଦ୍ଧାଳୁ । ହେଲେ ପାଇକମାଳ ଥାନା ଅଞ୍ଚଳରେ ଜଣେ ପୂଜକଙ୍କ ଏହି ଅମାନବୀୟ କାଣ୍ଡ ଏବେ ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ପାଇକମାଳ ଅଞ୍ଚଳର ଜଣେ ମହିଳା ସହରରେ ଥିବା ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର ଦେବତା ତାଙ୍କ ଭବିଷ୍ୟବାଣୀ କରି ବିଧବା ଯୋଗ ଥିବା ନେଇ କହିଥିଲେ । ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରି ଥିଲେ । ରାତିରେ ପୂଜା ପାଠ କରି ଡେଉଁରିଆ ପିନ୍ଧିବାକୁ ପଡିବ ବୋଲି ଉପାୟ ଦେଇଥିଲେ ପୂଜକ ।

ତାଙ୍କ କଥା ଅନୁସାରେ ମହିଳା ଜଣଙ୍କ ରାତିରେ ମନ୍ଦିରକୁ ଆସି ପୂଜା ପାଠ କରି ଏକ ଡେଉଁରିଆ ନେଇ ପୂଜକଙ୍କୁ ୧୬,୦୦୦ ଟଙ୍କା ଦକ୍ଷିଣା ବାବଦକୁ ଦେଇଥିଲେ । କିନ୍ତୁ ଏହାର ସୁଯୋଗ ନେଇ ପୂଜକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ପାଇକମାଳ ଥାନାରେ ଲିଖିତ ଏତଲା ଦେଇଛନ୍ତି ସମ୍ପୃକ୍ତ ମହିଳା । ଏତଲାକୁ ଭିତ୍ତି କରି ପାଇକମାଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ABOUT THE AUTHOR

...view details