ଓଡିଶା

odisha

ETV Bharat / state

ଦଳ ଛାଡିବା ପକାଇବ ନାହିଁ ପ୍ରଭାବ

ଜିଲ୍ଲାର ବିଜେପି ଦଳର 2019 ସାଧାରଣ ନିର୍ବାଚନରେ ମଇଦାନକୁ ଓହଲ୍ଲାଇବା ପାଇଁ ବହୁ ଆଶାୟୀ ପ୍ରାର୍ଥୀ ରହିଥିବା ବେଳ ବିଜେପି ତାର ଦଳୀୟ ପ୍ରାର୍ଥୀ ଘୋଷଣା କରିଛି। ଆଉ ଏହାପରେ ବରଗଡ ବିଜେପି ଦଳରେ ଦେଖାଦେଇଛି ଅସନ୍ତୋଷର ବାତାବରଣ |

By

Published : Mar 28, 2019, 5:36 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଆଗକୁ ସାଧାରଣ ନିର୍ବାଚନ । ଆଉ ଦଳରେ ଜାରି ରହିଛି ଦଳ ଡିଆଁ ପର୍ବ । ଚିକଟ ନପାଇ କର୍ମୀ ଛାଡୁଛନ୍ତି ଦଳ ।ଜିଲ୍ଲାବିଜେପିରେ2019 ସାଧାରଣ ନିର୍ବାଚନରେ ମଇଦାନକୁ ଓହଲ୍ଲାଇବା ପାଇଁ ବହୁ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଘୋଷଣା କରିଛିବିଜେପି ତାର ଦଳୀୟ ପ୍ରାର୍ଥୀ । ଆଉ ଏହାପରେ ବରଗଡ ବିଜେପି ଦଳରେ ସୃଷ୍ଟି ହୋଇଛିଅସନ୍ତୋଷର ବାତାବରଣ |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଦଳୀୟ ପାର୍ଥୀ ଘୋଷଣା ପରେ କିଏ ଦଳରୁ ଇସ୍ତଫା ଦେଉଛି ତ ଆଉ କିଏ ପଦ୍ମ ଛାଡି ଶଙ୍ଖ ଫୁଙ୍କୁଛି । ତେବେ ଏନେଇ ବରଗଡ ଜିଲ୍ଲା ରାଜନୀତିରେ ବିଜେପିକୁ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଦଳର କର୍ମକର୍ତ୍ତା କହିଛନ୍ତି | ପ୍ରଥମେ ବିଜେପିର ଡଃ.ରାମକୃଷ୍ଣ ପୁରୋହିତ ବିଜେପିରୁ ଇସ୍ତଫା ଦେଇଥିଲୋ । ଏହା ପରେ ପରେ ଆରଏସଏସଓ ବିଜେପିର ବହୁ ପୁରୁଣା କର୍ମୀ ତଥା ଲୋକସଭା ଆସନର ପୂର୍ବତନ ବିଜେପି ପ୍ରାର୍ଥୀ ସୁବାଶ ଚୌହାନ ସହିତ ଦଳର ଅନ୍ୟତମ କର୍ମୀ ଦେବବ୍ରତ ମିଶ୍ର ଦଳଛାଡି ବୁଧବାରବିଜେଡିରେ ଯୋଗଦାନ କରିଛନ୍ତି |

ସେହିପରି ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ ମିଶ୍ର ଓ ବିଜେପୁର ବିଧାନସଭା ମଣ୍ଡଳୀରେ ଅଶୋକ ପାଣିଗ୍ରାହୀ ମଧ୍ୟ ବିଜେପି ଦଳ ଉପରେ ଖପ୍ପାଥିବା ବେଳେ ଅଶୋକ ପାଣିଗ୍ରାହୀ ମଧ୍ୟ ବିଜେପି ଦଳରୁ ଇସ୍ତଫା ଦେବାକୁ ମନସ୍ଥ କରୁଥିବା ଜଣାପଡିଛି|

ତେବେ ସୁବାଶ ଚୌହାନଙ୍କ ବିଜେଡି ଦଳରେ ମିଶିବା ନେଇ ଜିଲ୍ଲା ତଥା ସାରା ରାଜ୍ୟରେ ଚର୍ଚ୍ଚାହେଉଥିବା ବେଳେ ବରଗଡ ବିଜେପି କହିଛି ଯେ ଏହାର ପ୍ରଭାବ ଦଳର କର୍ମକର୍ତ୍ତା ତଥାସ୍ଥାନୀୟ ଭୋଟରଙ୍କ ଉପରେଉପରେ ପଡିବ ନାହିଁ ।

ଦଳୀୟ ଟିକେଟକୁ ନେଇ ଉପୁଜିଥିବା ବିଜେପି ଦଳର ଏହି ସମସ୍ୟା ଦଳକୁ ନିର୍ବାଚନରେ କେତେ ପ୍ରଭାବିତ କରିବ ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡିବା |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details