ଓଡିଶା

odisha

By

Published : Jul 30, 2023, 8:53 PM IST

Updated : Jul 30, 2023, 9:16 PM IST

ETV Bharat / state

ଫିଲ୍ମ ଷ୍ଟାଇଲରେ ଡକାୟତି ଉଦ୍ୟମ ପଣ୍ଡ: ଜଣେ ଗିରଫ, ଦୁଇ ଡକାୟତ ଚମ୍ପଟ୍‌

ଫେଲ ମାରିଲା ବନ୍ଧୁକ ମୁନରେ ଲୋକଙ୍କୁ ବନ୍ଧକ ରଖି ଡକାୟତି କରିବା ଉଦ୍ୟମ । ଜଣେ ଡକାୟତକୁ ଗିରଫ କଲା ପୋଲିସ । 2 ଫେରାର । ଅଧିକ ପଢନ୍ତୁ

ଫେଲ ମାରିଲା ଦିନ ଦ୍ବିପହରରେ ଡକାୟତି ଉଦ୍ୟମ
ଫେଲ ମାରିଲା ଦିନ ଦ୍ବିପହରରେ ଡକାୟତି ଉଦ୍ୟମ

ଫେଲ ମାରିଲା ଦିନ ଦ୍ବିପହରରେ ଡକାୟତି ଉଦ୍ୟମ

ବରଗଡ: ବିଫଳ ହେଲା ଡକାୟତଙ୍କ ଡକାୟତି ଉଦ୍ୟମ । ବରଗଡ ଓରିଏଣ୍ଟାଲ ହୋଟେଲରେ 3 ଜଣ ଡକାୟତ ଡକାୟତି କରୁଥିବା ଉଦ୍ୟମ ଫେଲ ମାରିଛି । 3 ଜଣ ଡକାୟତ ବନ୍ଧୁକ ମୁନରେ ହୋଟେଲର ସମସ୍ତଙ୍କୁ ଭୟଭୀତ କରି ବନ୍ଧକ ରଖିଥିଲେ । ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ଡକାୟତ ଦଳର ଏହି ଡକାୟତି ଉଦ୍ୟମ ଭଣ୍ଡୁର ହୋଇଛି । ବନ୍ଧକ ଥିବା କିଛି ଲୋକେ ମୁକୁଳି ହୋଟେଲ ବାହାରକୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ । ପରେ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ତେବେ 3 ଜଣ ଡକାୟତଙ୍କ ମଧ୍ୟରୁ ଜଣେ ଡକାୟତକୁ ବରଗଡ ଟାଉନ ପୋଲିସକାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଡକାୟତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ଉକ୍ତ ଡକାୟତଙ୍କ ଏକ କାରକୁ ଜବତ କରିଛି । ତେବେ ହୋଟେଲ ଲାଗିକି ରହିଥିବା ଗହଣା ଦୋକାନକୁ ଲୁଟ କରିବା ଉଦ୍ୟମ କରୁଥିବା ପୋଲିସ ଅନୁମାନ କରୁଛି । ଡକାୟତ ଦଳ ଉକ୍ତ ହୋଟେଲରେ କାମ କରୁଥିବା 4 ଜଣ ଶ୍ରମିକ, 3 ଜଣ କର୍ମଚାରୀ, ହୋଟେଲ ମ୍ୟାନେଜର ଏବଂ ହୋଟେଲର ଦୁଇଜଣ ଗ୍ରାହକଙ୍କୁ ବନ୍ଧକ ରଖିଥିଲେ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଫେରାର ହୋଇଥିବା ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି ।

ପୋଲିସ ସୂଚନା ଅନୁଯାୟୀ, ଓରିଏଣ୍ଟାଲ ହୋଟେଲ ଲାଗି ବିରାଟ ଗହଣା ସୋ' ରୁମ ରହିଥିବା ବେଳେ ଏହି ସୋ' ରୁମକୁ ଲୁଟ କରିବା ଉଦ୍ୟମରେ କିଛି ଡକାୟତ ଆସି ହୋଟେଲରେ ପୂର୍ବରୁ ରହିଥିଲେ । ଉକ୍ତ ହୋଟେଲରେ 3 ଜଣ ଡକାୟତ 305 ନମ୍ବର ରୁମରେ ରହିଥିବା ବେଳେ ହୋଟେଲ ରେଜିଷ୍ଟରରେ 3 ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ଝାରଖଣ୍ଡର ରମେଶ କୁମାର ସିଂ ଓ ବିନୟ କୁମାର ରୱାନୀ ବୋଲି ଲେଖିଥିଲେ । ତେବେ ଲୁଟ ଦିନ ସେମାନେ ହୋଟଲ ମ୍ୟାନେଜର ଓ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ । ତେବେ ବନ୍ଧକଙ୍କ ମଧ୍ୟରୁ 3 ଜଣ କର୍ମଚାରୀ ନିଜକୁ ମୁକୁଳାଇବାରେ ସଫଳ ହୋଇଥିଲେ । ହୋଟେଲର ଉପର ମହଲାରୁ ତଳକୁ ଡେଇଁ ବାହାରକୁ ଚାଲି ଆସି ପୋଲିସକୁ ଖବର ଦେଇଥିଲେ। ସେହିପରି ହୋଟେଲର ଦୁଇଜଣ ଗ୍ରାହକ ମଧ୍ୟ ରଶି ସାହାଯ୍ୟରେ ତିନି ମହଲା ବିଲ୍ଡିଂରୁ ଉପରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ତଳେ ପଡିଯାଇ ଆହତ ହୋଇଛନ୍ତି । ଜଣେ ଡକାୟତକୁ କାବୁ କରି ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବରଗଡ

Last Updated : Jul 30, 2023, 9:16 PM IST

ABOUT THE AUTHOR

...view details