ଓଡିଶା

odisha

ETV Bharat / state

ମଝି ରାସ୍ତାରେ ମଦୁଆର ଉତ୍ପାତ, ପୋଲିସକୁ ମାଡ଼ ମାରିବା ସହ କଲା ନାକେଦମ

ସରକାରୀ କଳକୁ ମହଙ୍ଗା ପଡୁଛି ସରକାରଙ୍କ ମଦକୁ ପ୍ରସୋହନ ଦେବା | ଶେଷରେ ପୋଲିସ ବାବୁଙ୍କ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି ମଦ୍ୟପ । ଏଭଳି ଏକ ଘଟଣା ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

By

Published : Nov 30, 2019, 2:38 AM IST

police-and-drunker
ମଝି ରାସ୍ତାରେ ମଦୁଆର ଉତ୍ପାତ

ବରଗଡ଼: ରାଜ୍ୟ ସରକାରଙ୍କ ମଦକୁ ପ୍ରସୋହନ ଦେବାର ସାଇଟ ଏଫେକ୍ଟ ଦେଖାଦେଇଛି ବରଗଡ ଜିଲ୍ଲାରେ | ସରକାରଙ୍କ ମଦୁଆ ବୃଦ୍ଧି କରିବା ଯୋଜନା ଏବେ କାଳ କରିଛି ସରକାରୀ କଳକୁ | ରାସ୍ତା ଘାଟରେ ମଦୁଆଙ୍କ ଦ୍ଵାରା ମାଡ ଖାଉଛନ୍ତି ପୋଲିସ ଏବଂ ଏହାର ଶ୍ରେୟ ଯାଉଛି ରାଜ୍ୟ ସରକାରଙ୍କୁ | ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ବରପାଲି ଠାରେ | ବରପାଲି ପୋଲିସ କୁ ବେଧଡକ ମାଡ ମାରିବା ଏବଂ ପରେ ପୋଲିସ, ମଦୁଆ ମଧ୍ୟରେ ମାଡ ହେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି |

ମଝି ରାସ୍ତାରେ ମଦୁଆର ଉତ୍ପାତ, ପୋଲିସକୁ ମାଡ଼ ମାରିବା ସହ କଲା ନାକେଦମ
ରାଜ୍ୟର ବହୁ ମହିଳା ମଦବିକ୍ରିକୁ ବିରୋଧ କରି ବାରମ୍ବାର ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି ପାଇଁ ଅଧିକ ମଦ ଦୋକାନ ଖୋଲି ମଦୁଆଙ୍କୁ ପ୍ରସୋହନ ଦେଉଛନ୍ତି | ଯାହାର ପ୍ରତିଫଳନ ଦେଖାଯାଇଛି ବରଗଡ ଜିଲ୍ଲା ବରପାଲି ଠାରେ | ଜଣେ ମଦ୍ୟପ ଗାନ୍ଧିଛକ ନିକଟରେ ଜନ ଗହଳି ସ୍ଥାନରେ ଖୁଲମ ଖୁଲ୍ଲା ପୋଲିସକୁ ନିର୍ଭୟରେ ମାଡ଼ ମାରିବା ଘଟଣାର ଭିଡିଓ ଭାଇରଲ ହେବାପରେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି |

ବର୍ତମାନ ସରକାରଙ୍କ ପ୍ରତି ଏହା ଏକ ଚେତାବନୀ । ମାତ୍ର ରାଜ୍ୟ ସରକାର ଶୀଘ୍ର ମଦ ବିକ୍ରିକୁ ପ୍ରସୋହନ ଦେବା ବନ୍ଦ ନକଲେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହୋଇପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


ବରଗଡ଼ରୁ ରାଜେଶ ସରାପ, ଇଟଭି ଭାରତ

ABOUT THE AUTHOR

...view details