ଓଡିଶା

odisha

ସରକାରୀ ଆବାସ ଯୋଜନା କାହାପାଇଁ ? ବାରମ୍ବାର ଦାବି ପରେ ବି ମିଳୁନି ଘର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ନିର୍ବାଚନ ମଣ୍ଡଳୀ କୁହାଯାଉଥିବା ତଥା ବିଜେପୁର ନିର୍ବାଚନ ମଣ୍ଡଳୀକୁ ପହଞ୍ଚିପାରୁ ନାହିଁ ସରକାରୀ ଆବାସ ଯୋଜନା ।

By

Published : Oct 29, 2019, 10:54 AM IST

Published : Oct 29, 2019, 10:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଦେଶରେ କେହି ବି ବାସହୀନ ରହିବେ ନାହିଁ । ସେଇଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଯୋଜନା । ଏହାସହ ପ୍ରଧାନମନ୍ତ୍ରୀ ମିଶନ ମୋଡରେ ସମସ୍ତଙ୍କୁ ଘର ଯୋଗାଇ ଦେବା ପାଇଁ ‘ହାଉସିଙ୍ଗ ଫର ଅଲ 2022’ ଘୋଷଣା କରିଛନ୍ତି । ଏହାସହ ସତ୍ତ୍ବେ କେଉଁଠି ନା କେଉଁଠି ସବୁ ଫେଲ ମାରୁଛି । ଯାହାଙ୍କୁ ଘର ମିଳିବା କଥା ମିଳୁନାହିଁ ବୋଲି ଅଭିଯୋଗ ହେଉଛି । ଆଉ ଏହି ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ନିର୍ବାଚନ ମଣ୍ଡଳୀ କୁହାଯାଉଥିବା ବିଜେପୁରରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏଠି ସରକାରଙ୍କ ଆବାସ ଯୋଜନା ପୁରା ବାଟବଣା ହୋଇଯାଇଛି । କାରଣ ଅଭିଯୋଗ ହେଉଛି ଏଠି ଧନୀ ଲୋକଙ୍କୁ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳେ । ବିଜେପୁରର ଉପରପଡାରେ ଏମିତି ଏକ ପରିବାର ହେଉଛନ୍ତି ଆନନ୍ଦ ମେହେର ଓ ଅକ୍ଷୟ ମେହେର । ନିତ କୌଳିକ ବୃତ୍ତି ଲୁଗା ବୁଣିବା କାମ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡିଏ କରିବାକୁ ସକ୍ଷମ ହୋଇନାହାଁନ୍ତି । ବ୍ଲକ ଅଫିସ ଓ ନବ ଗଠିତ ହୋଇଥିବା ଏନଏସି ଅଫିସରେ ବାରମ୍ବାର ଘର ଖଣ୍ଡିଏ ପାଇଁ ଅଭିଯୋଗ କରି ନିରାଶ ହୋଇଛନ୍ତି ଏହି ପରିବାର । ଘରେ 8 ଜଣ ସଦସ୍ୟ ଥିବା ବେଳେ ଥିବା ଚାଳ ଛପର ଘରେ ଯେଣେତେଣେ ପ୍ରକାର ଚଳିଯାଉଛନ୍ତି । ହେଲେ ଏହି ଚାଳ ଛପର ଘର କେତେବେଳେ କଣ ହେବ ତାହା କହିବା ମୁସ୍କିଲ ।

ଅତି ଦୟନୀୟ ଭାବେ ପରିବାର 8ଜଣ ସଦସ୍ୟ ବସବାସ କରୁଥିବା ବେଳେ ସେହି ମାଟି ଦଦରା ଭଙ୍ଗା ଘରେ ନିଜ ମୁଙ୍ଗାସାଲ ମଧ୍ୟ ବସାଇଛନ୍ତି । ହେଲେ ଘର ଖଣ୍ଡେ ପାଇଁ ଗୁହାରୀ କରି କରି ନିରାଶ ଏବେ ପରିବାର । ଏଠି ପ୍ରଶ୍ନ ଉଠୁଛି ବିଜୁ ଆବାସ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ ? ଆଉ କେତେ ଗୁହାରୀ କେଲେ ବାବୁ ମାନେ ଆନନ୍ଦ ମେହେର ଓ ଅକ୍ଷୟ ମେହେରଙ୍କୁ ମିଳିବ ସରକାରୀ ଆବାସ । ତାକୁ ଏବେ ଅପେକ୍ଷା ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details