ଓଡିଶା

odisha

ETV Bharat / state

ବରଗଡରେ ପିଙ୍କବୁଥ, ସେଲ୍‌ଫି ଜୋନ ପାଇଁ ଉତ୍ସାହିତ ମହିଳା ଭୋଟର - ବରଗଡରେ ପିଙ୍କବୁଥ

ବରଗଡ ଜିଲ୍ଲାର ଅତାବିରା ବ୍ଲକରେ ୨୪ ଗୋଟି ପଞ୍ଚାୟତରେ ପଡିଲା ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଅଧିକ ପଢନ୍ତୁ

ବରଗଡରେ ପିଙ୍କବୁଥ, ସେଲ୍‌ଫି ଜୋନ ପାଇଁ ଉତ୍ସାହିତ ମହିଳା ଭୋଟର
ବରଗଡରେ ପିଙ୍କବୁଥ, ସେଲ୍‌ଫି ଜୋନ ପାଇଁ ଉତ୍ସାହିତ ମହିଳା ଭୋଟର

By

Published : Feb 18, 2022, 4:06 PM IST

ବରଗଡ: ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ବରଗଡରେ ଚାଲିଛି ଭୋଟ ଗ୍ରହଣ । ବରଗଡ଼ ଜିଲ୍ଲାର ଅତାବିରା, ଗାଇସିଲେଟ ଓ ବୋଡ଼ାସମ୍ବର ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆଜି ସକାଳ ୭ ଟାରୁ ୧ ଟା ପର୍ଯ୍ୟନ୍ତ ହୋଇଥିଲା ।

ବରଗଡରେ ପିଙ୍କବୁଥ, ସେଲ୍‌ଫି ଜୋନ୍‌କୁ ନେଇ ଉତ୍ସାହିତ ମହିଳା

ତେବେ ଅତାବିରା ବ୍ଲକରେ ୨୪ ଗୋଟି ପଞ୍ଚାୟତରେ ୩୪୭ ଗୋଟି ବୁଥରେ ସମୁଦାୟ ୧ ଲକ୍ଷ ୭ ହଜାର ୮୮୦ ଭୋଟର ମତଦାତା ଥିବାବେଳେ ଏହି ବ୍ଲକରେ ସର୍ବାଧିକ ୫୦ ଗୋଟି ସମ୍ବେଦନଶୀଳ ବୁଥ ରହିଛି । ସେହିଭଳି ବରଗଡ ଜିଲ୍ଲାର ଅତାବିରା ବ୍ଲକର ମହିଳାମାନେ କିଭଳି ଆସି ମତଦାନ କରିବେ ସେଥିପାଇଁ ୨ଟି ପିଙ୍କବୁଥ ଖୋଲାଯାଇଛି ।

ଏହି ବୁଥରେ ସମସ୍ତ ପ୍ରିଜାଇଡିଂ, ପୋଲିଂ ଅଫିସର ଓ ସୁରକ୍ଷାକର୍ମୀମାନେ ମହିଳା ଥିବା ଦେଖିବାକୁ ମିଳିଛି । ମହିଳା ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଖୋଲାଯାଇଛି ପିଙ୍କ ବୁଥ୍ ଓ ସେଲଫି ଜୋନ୍ । ମହିଳା ମାନେ ମତଦାନ କଲା ପରେ ଉତ୍ସାହିତ ହୋଇ ସେଲ୍ଫି ଜୋନରେ ଫଟୋ ଉଠାଇଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details