ଓଡିଶା

odisha

ETV Bharat / state

ବରାହଗୁଡାବାସୀଙ୍କୁ ଡରାଉଛି ପୋଖରୀ ପାଣି, ଘାରିଛି ସଂକ୍ରମଣ ଭୟ

ବରଗଡ ବ୍ଲକ ବରାହଗୁଡା ଗ୍ରାମପଞ୍ଚାୟତରେ ଥିବା ପୋଖରୀର ଅବସ୍ଥା । ହାତରେ ପାଣି ଧରିଲେ ଆସୁଛି ପଙ୍କ । ଗନ୍ଧେଇ ଯାଉଛି ପାଣି, ଗାଧୋଇଲେ ଦେହ ମୁଣ୍ଡ କୁଣ୍ଡେଇ ହେଉଛି ଏବଂ ରୋଗ ସଂକ୍ରମଣର ବି ଭୟ ରହିଛି । ତଥାପି ଏହି ଅପରିଷ୍କାର ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ପାଞ୍ଚ ହଜାର ଜନବସତି ବିଶିଷ୍ଟ ବରାହଗୋଡା ଗ୍ରାମବାସୀ । ଅଧିକ ପଢନ୍ତୁ...

ବରାହଗୁଡାବାସୀଙ୍କୁ ଡରାଉଛି ପୋଖରୀ ପାଣି, ଘାରିଛି ସଂକ୍ରମଣ ଭୟ
ବରାହଗୁଡାବାସୀଙ୍କୁ ଡରାଉଛି ପୋଖରୀ ପାଣି, ଘାରିଛି ସଂକ୍ରମଣ ଭୟ

By

Published : Jul 24, 2020, 10:49 PM IST

ବରଗଡ: ଗ୍ରାମାଞ୍ଚଳ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ରାଜ୍ୟ ରାଜକୋଷରୁ ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତଥାପି ଏମିତି କିଛି ଗାଁ ଅଛି ଯେଉଁଠି ସ୍ବଚ୍ଛ ପାଣି ବୁନ୍ଦାଏ ବି ଦେଖିବା ସ୍ବପ୍ନ । ଏ ହେଉଛି ବରଗଡ ବ୍ଲକ ବରାହଗୁଡା ଗ୍ରାମପଞ୍ଚାୟତରେ ଥିବା ପୋଖରୀର ଅବସ୍ଥା । ହାତରେ ପାଣି ଧରିଲେ ଆସୁଛି ପଙ୍କ । ଗନ୍ଧେଇ ଯାଉଛି ପାଣି, ଗାଧୋଇଲେ ଦେହ ମୁଣ୍ଡ କୁଣ୍ଡେଇ ହେଉଛି ଏବଂ ରୋଗ ସଂକ୍ରମଣର ବି ଭୟ ରହିଛି । ତଥାପି ଏହି ଅପରିଷ୍କାର ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ପାଞ୍ଚ ହଜାର ଜନବସତି ବିଶିଷ୍ଟ ବରାହଗୋଡା ଗ୍ରାମବାସୀ ।

12 ଗୋଟି ୱାର୍ଡ଼ ବିଶିଷ୍ଟ ବରହାଗୁଡ଼ା ଗ୍ରାମପଞ୍ଚାୟତ 12ଶହ ପରିବାରର 5 ହଜାର ଲୋକ ବସବାସ କରନ୍ତି ଏଠାରେ । ଗ୍ରାମରେ ରହିଛି ପାଖାପାଖି ୨୦ ଗୋଟି ନଳକୂପ ହେଲେ ଅଧିକାଂଶ ଅଚଳ କିମ୍ବା ଖାଇବା ଅନୁପଯୋଗୀ । ଏହା ଛଡା ଗ୍ରାମରେ ରହିଛି ୪ ଗୋଟି ବନ୍ଧ । ହେଲେ ସମସ୍ତ ବନ୍ଧ ମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡିଛି । ଗ୍ରାମରେ ୧୦୦ ବର୍ଷ ପୂର୍ବରୁ ରହିଥିବା ୧୭ ଏକର ବିଶିଷ୍ଟ ବିରାଟ ବନ୍ଧରେ ଗ୍ରାମର ୯୦ ଭାଗ ଲୋକେ ନିର୍ଭର କରିଆସୁଥିଲେ ହେଲେ ବନ୍ଧର ରକ୍ଷଣାବେକ୍ଷଣ ଅଭାବରୁ ଏବେ ସମ୍ପୂର୍ଣ୍ଣ ବନ୍ଧ ପୋତି ହୋଇଗଲାଣି । ପଙ୍କରେ ପରିପୂର୍ଣ୍ଣ ହୋଇଯାଇଥିବା ଏହି ବନ୍ଧକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଯେତେ ଅଭିଯୋଗ କଲେ ସୁଦ୍ଧା ସରପଞ୍ଚ ଗ୍ରାମବାସୀଙ୍କ ଅସୁବିଧା ଶୁଣିଲେ ନାହିଁ ।

ବରାହଗୁଡାବାସୀଙ୍କୁ ଡରାଉଛି ପୋଖରୀ ପାଣି, ଘାରିଛି ସଂକ୍ରମଣ ଭୟ

ବର୍ତ୍ତମାନ ସମୟରେ ଲକ୍ଷାଧିକ ଲୋକଙ୍କୁ କୋରୋନା ମହାମାରୀ ଗ୍ରାସ କରି ସାରିଥିବା ବେଳେ ଅସଂଖ୍ୟ ଲୋକଙ୍କ ପ୍ରାଣ ମଧ୍ୟ ନେଇସାରିଲାଣି । ଏପରି ପରିସ୍ଥିତିରେ ଗ୍ରାମାଞ୍ଚଳ ଲୋକଙ୍କୁ ବନ୍ଧ ପୋଖରୀ ପାଣି ବ୍ୟବହାର ନକରି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ମାତ୍ର ଗାଧୋଇବା ପାଇଁ ଅନ୍ୟ କୌଣସି ସାଧନ ନଥିବାରୁ ଶେଷରେ ସରପଞ୍ଚଙ୍କୁ ବନ୍ଧ ଆଡ଼ିରେ ଘେରି ରଖିଥିଲେ ଗ୍ରାମବାସୀ । କୋରୋନା ପରି ମହାମାରୀ ସମୟରେ ଗ୍ରାମବାସୀଙ୍କ ସତର୍କତା ଓ ସଚେତନତା ରହିଥିଲେ ମଧ୍ୟ ସରପଞ୍ଚଙ୍କ ଅବହେଳା ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ହୋଇନଯାଉ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details