ଓଡିଶା

odisha

ETV Bharat / state

ଘରୋଇ ଶିକ୍ଷାନୁଷ୍ଠାନରେ ମନଇଚ୍ଛା ବଢୁଛି ଫି, ଚିନ୍ତାରେ ଅଭିଭାବକ - ଶିକ୍ଷାନୁଷ୍ଠାନ

ମନଇଚ୍ଛା ବଢୁଛି ଘରୋଇ ଶିକ୍ଷାନୁଷ୍ଠାନର ଫି। ନାକେଦମ ମଧ୍ୟବିତ୍ତ ପରିବାର। ସରକାରୀ ଗାଇଡ ଲାଇନକୁ ଅବମାନନା ଅଭିଯୋଗ। ଅଭିଭାବକଙ୍କ କଥା ଶୁଣିଲେନି ସ୍କୁଲ କର୍ତ୍ତୃପକ୍ଷ। ଶେଷରେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଛି ଅଭିଯୋଗପତ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Mar 2, 2019, 1:12 PM IST

ବରଗଡ: ଛତୁ ଫୁଟିଲା ପରି ଘରୋଇ ଶିକ୍ଷାନୁଷ୍ଠାନ। ହେଲେ ଦୂର ହେଉନି ଅଭିଭାବକଙ୍କ ଦୁଃଖ। ମାତ୍ରାଧିକ ଫିକୁ ନେଇ ଶ୍ବାସରୁଦ୍ଧ ସାଧାରଣ ବର୍ଗର ଲୋକ। ସିଧାସଳଖ ସରକାରୀ ଗାଇଡ ଲାଇନକୁ ଅବମାନନା ଅଭିଯୋଗ ହୋଇଛି। ଫି ହ୍ରାସ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖକୁ ଗଲେ ମିଳୁଛି ଅପମାନ। ସମସ୍ୟାର ସମାଧାନ ତ ନୁହେଁ, ବରଂ ଫେରିଯିବାର ରାସ୍ତା ଦେଖାଇ ଦେଉଛନ୍ତି ଶିକ୍ଷାନୁଷ୍ଠାନର ମାଲିକ। ଶେଷରେ ବାଧ୍ୟହୋଇ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଅଭିଭାବକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଘଟଣାଟି ବରଗଡର। ଜିଲ୍ଲାରେ ରହିଛି ବହୁ ଘରୋଇ ଶିକ୍ଷାନୁଷ୍ଠାନ। ହେଲେ ଏଠି ପଢିବାକୁ ହେଲେ ଗଣିବାକୁ ପଡୁଛି ମୋଟା ଅଙ୍କର ଅର୍ଥରାଶି। ଯାହାକି ମଧ୍ୟବିତ୍ତ ପରିବାର ପାଇଁ ସମ୍ଭବ ହେଉନାହିଁ। ମନଇଚ୍ଛା ସ୍କୁଲ କର୍ତ୍ତୃପକ୍ଷ ଫି ବୃଦ୍ଧି କରୁଥିବା ଅଭିଯୋଗ ହୋଇଛି। ବର୍ଦ୍ଧିତ ଫିକୁ ନେଇ ଅଭିଭାବକ ବିଦ୍ୟାଳୟ ପରିଚାଳକଙ୍କ ପାଖକୁ ଆଲୋଚନା ପାଇଁ ଯାଇଥିଲେ। ହେଲେ ତାଙ୍କୁ ଅପମାନ ଦେଇ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ବହୁ ଅଭିଭାବକ।

ଶେଷରେ ବାଧ୍ୟହୋଇ ବରଗଡ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ଘରୋଇ ଶିକ୍ଷାନୁଷ୍ଠାନରରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ। ମନଇଚ୍ଛା ଫି ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଏମାନେ ଦାବି କରିଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details