ଓଡିଶା

odisha

ETV Bharat / state

Padmapur By Poll: ଭୋଟ ଗଣତି ପୂର୍ବରୁ ବଡଧରଣର EVM ହେରଫେର ଅଭିଯୋଗ ଆଣିଲା ବିଜେପି

ପଦ୍ମପୁର ଉପନିର୍ବାଚନ (Padmapur By Poll) ଭୋଟ ଗଣତି ପୂର୍ବରୁ ଇଭିଏମ (EVM) ଅଦଳ ବଦଳ ଅଭିଯୋଗ ନେଇ ସଂଗୀନ ଅଭିଯୋଗ ଆଣିଲା ଭାରତୀୟ ଜନତା ପାର୍ଟି । ପ୍ରାର୍ଥୀ ପ୍ରଦୀପ ପୁରୋହିତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି । ଅଧିକ ପଢନ୍ତୁ

By

Published : Dec 7, 2022, 10:57 PM IST

Padmapur By Poll
Padmapur By Poll

ବରଗଡ: ପଦ୍ମପୁର ଉପନିର୍ବାଚନ (Padmapur By Poll) ଭୋଟ ଗଣତି ପୂର୍ବରୁ ଇଭିଏମ (EVM) ଅଦଳ ବଦଳ ଅଭିଯୋଗ ନେଇ ସଂଗୀନ ଅଭିଯୋଗ ଆଣିଲା ଭାରତୀୟ ଜନତା ପାର୍ଟି । ପ୍ରାର୍ଥୀ ପ୍ରଦୀପ ପୁରୋହିତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ।

Padmapur By Poll: ଭୋଟ ଗଣତି ପୂର୍ବରୁ ବଡଧରଣର EVM ଅଦଳବଦଳ ଅଭିଯୋଗ ଆଣିଲା ବିଜେପି

ଏହାବି ପଢନ୍ତୁ- Padmapur By Poll Result: ବିଜେଡି ଷଡଯନ୍ତ୍ର କାମ ଦେବ ନାହିଁ, ବିଜେପି ଜିତିବ: ପ୍ରଦୀପ ପୁରୋହିତ

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଅଭିଯୋଗ କରି କହିଛନ୍ତି, ‘‘11 ଗୋଟି ବୁଥରେ EVM ମେସିନର ହେରଫେର କରାଯାଇଥିବା ସନ୍ଦେହ ହେଉଛି ।"

ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଘଟଣା ବିଷୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧ୍ୟ ଜାଣିନଥିବା କହିଛନ୍ତି । ଆସନ୍ତାକାଲି (ଗୁରୁବାର) ଭୋଟ ଗଣତି ଥିବା ବେଳେ ଏହା ପୂର୍ବରୁ EVM ର ହେରଫେର ଅଭିଯୋଗ ଘଟଣାକୁ ନେଇ ପଦ୍ମପୁରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

ଏହାବି ପଢନ୍ତୁ- ପଦ୍ମପୁର ଉପନିର୍ବାଚନ: କାଲି ସକାଳ 8ରୁ ଆରମ୍ଭ ହେବ ଭୋଟ ଗଣତି

ବିଜେପି ଅଭିଯୋଗ କରି କହିଛି ମତଦାନ ପରେ 17 (C) ରେ ବିଜେପିକୁ ମିଳିଥିବା ଇଭିଏମ ଲିଷ୍ଟ ଏବଂ ଏଜେଣ୍ଟଙ୍କ ଖାତାରେ ପ୍ରିଜାଇଡିଂ ଅଫିସର ଲେଖିଥିବା ଇଭିଏମ ନମ୍ବର ମେଳ ଖାଉନାହିଁ । 11ଟି ବୁଥର ଇଭିଏମ ନମ୍ବର ମେଳ ଖାଉନଥିବା ଅଭିଯୋଗ କରିଛି ବିଜେପି । ଯେଉଁ ବୁଥ ଗୁଡିକରେ ବିଜେପିର ସ୍ଥିତି ଭଲ ଅଛି ସେହି ବୁଥ ଗୁଡିକରେ ଏମିତି ସମସ୍ୟା ହୋଇଥିବା ଅଭିଯୋଗ ଆଣିଛି ବିଜେପି ।

ସେପଟେ ଜିଲ୍ଲାପାଲ ମନୀଷା ବାନାର୍ଜୀ ମଧ୍ୟ ଏହାର କାରଣ ଜାଣିନଥିବା କହିଛନ୍ତି । ବିଜେପିର ଅଭିଯୋଗ ନେଇ ସମସ୍ତ ରିଟର୍ଣ୍ଣିଂ ଅଫିସର ପ୍ରିଜାଇଡିଂ ଅଫିସରଙ୍କୁ ଡାକି ତଦନ୍ତ ଆରମ୍ଭ କରିଥିବା ଜିଲ୍ଲାପାଳ କହିଛନ୍ତି । ଏପରିକି ରାତି ୧୧ ଟା ସୁଦ୍ଧା ପ୍ରିଜାଇଡିଂ ଅଧିକାରୀଙ୍କ ସହ ଆଲୋଚନା କରି ବିଜେପିକୁ ଜଣାଇବେ ବୋଲି କହିଛନ୍ତି ।

ଏହାବି ପଢନ୍ତୁ- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତିର ଗଣ୍ଡାହାତୀ ଜଳପ୍ରପାତ

ସୂଚନାଯୋଗ୍ୟ ଯେ ପଦ୍ମପୁର ଉପନିର୍ବାଚନରେ ରେକର୍ଡ ୮୧. ୨୯ ପ୍ରତିଶତ ମତଦାନ ହୋଇଛି । ଯାହାକୁ ନେଇ ସବୁ ରାଜନୈତିକ ଦଳଙ୍କ ଚାପ ବଢିଯାଇଛି । ଏହି ରେକର୍ଡ ମତଦାନ କେଉଁ ଦଳକୁ ଯାଇଛି ତାହାର ଚର୍ଚ୍ଚା ଲାଗିରହିଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details