ଓଡିଶା

odisha

ETV Bharat / state

Padmapur By Poll: ବିଜେପିକୁ କଡା ଜବାବ ଦେଲା ବିଜେଡି - ପଦ୍ମପୁର ଉପନିର୍ବାଚନ

ଗତକାଲି ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସି ମଧ୍ୟ ନାମାଙ୍କନ ପତ୍ର ଦାଖଲ ନକରି ଫେରିଯିବା ଘଟଣାକୁ ବିଜେପିର ଡ୍ରାମା ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ | ଚାଷୀଙ୍କ ଭାବାବେଗ ସହିତ, ଚାଷୀଙ୍କ ସମସ୍ୟା ଓ ଭବିଷ୍ୟତ ସହିତ ରାଜନୀତିକରଣକୁ ଘୋର ନିନ୍ଦା କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢନ୍ତୁ

Padmapur By Poll: ବିଜେପିକୁ କଡା ଜବାବ ଦେଲା ବିଜେଡି
Padmapur By Poll: ବିଜେପିକୁ କଡା ଜବାବ ଦେଲା ବିଜେଡି

By

Published : Nov 15, 2022, 10:59 PM IST

ବରଗଡ: କେନ୍ଦ୍ର ସରକାରଙ୍କ ଦ୍ଵାରା ରାଜ୍ୟର କୃଷକ ମାନଙ୍କୁ କୃଷି ବୀମା ପ୍ରଦାନ କରିବାରେ ଅବହେଳା ବିରୋଧରେ ବିଜୁ ଜନତା ଦଳ ତରଫରୁ ଆଜି ବରଗଡ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ବରଗଡ ଜିଲ୍ଲାପାଳଙ୍କ ଠାରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିକ୍ଷୋଭ ପ୍ରଦର୍ଶନରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ଦଳର ପୁରୁଖା ନେତା ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ଚରଣ ନେପାକ ଏବଂ କୃଶକ ନେତା କିଶୋର ଦେବତା ଙ୍କ ସହିତ ବିଜେଡି ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ ।

Padmapur By Poll: ବିଜେପିକୁ କଡା ଜବାବ ଦେଲା ବିଜେଡି

ଗତକାଲି ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସି ମଧ୍ୟ ନାମାଙ୍କନ ପତ୍ର ଦାଖଲ ନକରି ଫେରିଯିବା ଘଟଣାକୁ ବିଜେପି ର ଡ୍ରାମା ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ | ଚାଷୀଙ୍କ ଭାବାବେଗ ସହିତ , ଚାଷୀଙ୍କ ସମସ୍ୟା ଓ ଭବିଷ୍ୟତ ସହିତ ରାଜନୀତିକରଣ କୁ ଘୋର ନିନ୍ଦା କରିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଏହି ଅବସରରେ ଏକ ସମ୍ବଲପୁରୀ ଢଗ "ଟଣ୍ଡେଇ(ଡାହାଣୀ) ହୋଇ ଖାଇବାରଟା ଆରୁ ଗୁନିଆଁ(ଗୁଣିଆ) ହେଇ ଛଡାବାଟା" କହି ବିଜେପିକୁ କଟାକ୍ଷା କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପଦ୍ମପୁରରେ ହୋଇଥିବା ଭାଷଣବାଜିର ପ୍ରତିକ୍ରିୟା ବରଗଡ ସହରରେ ଆଜି ଦେଖିବାକୁ ମିଳିଛି । ଗତକାଲି ପଦ୍ମପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଧୂଆଁଧାର ବକ୍ତ୍ୟବ୍ୟର ପ୍ରତିକ୍ରିୟା ଆଜି ବରଗଡରେ ଆନ୍ଦୋଳନ ରୂପରେ ଦେଖାଦେଇଛି । ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରବାସୀଙ୍କ ସମ୍ମୁଖରେ ଯେଉଁ ବୟାନ ବାଜି କରିଛନ୍ତି ତାକୁ ନେଇ ଆଜି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ କଡା ଟିପ୍ପଣୀ ଦେଇଛନ୍ତି । ବିନା ତଥ୍ୟ ଆଧାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ ସମ୍ମୁଖରେ ମିଛ ବୟାନ କରିଥିବା ନେଇ ନିନ୍ଦା କରିବା ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସଂସଦରେ ପାସ ହୋଇଥିବା ବିଲକୁ ଭଲରେ ପାଠ କରନ୍ତୁ । ବିଲକୁ ପଢି ଆସି ମନ୍ତବ୍ୟ ରଖନ୍ତୁ ବୋଲି ସମାଲୋଚନା କରିଛନ୍ତି ।

ସେହିପରି ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ବିଜେପିକୁ ଡାହାଣୀର କାର୍ଯ୍ୟ କଳାପ ସହିତ ତୁଳନା କରି କଟାକ୍ଷ କରିଛନ୍ତି । ତେବେ ବିଜେଡି ଦଳ ଚାଷୀଙ୍କ ସହିତ ସବୁବେଳେ ରହିଛି ଏବଂ ଚାଷୀଙ୍କ ହକ ପାଇଁ ସବୁବେଳେ ରାଜରାସ୍ତାକୁ ଅହଲ୍ଲାଇବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details