ଓଡିଶା

odisha

ETV Bharat / state

ଅତାବିରାରେ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା, ଚାଷୀଙ୍କ ପ୍ରଶ୍ନକୁ ଏଡାଇ ଚାଲିଗଲେ ବିଧାୟିକା

ଅତାବିରାରେ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା । ଉଦଘାଟନ କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଅଧିକ ପଢନ୍ତୁ

By

Published : May 11, 2023, 12:48 PM IST

mandi open in attabira bargarh
mandi open in attabira bargarh

mandi open in attabira bargarh

ବରଗଡ଼: ଜିଲ୍ଲା ଅତାବିରା ମାର୍କେଟ ୟାର୍ଡ଼ରେ ଶୁଭାରମ୍ଭ ହେଲା ଧାନ କିଣାବିକା ପ୍ରକ୍ରିୟା । ଅତାବିରା RMC ଅଧିନସ୍ତ ସମସ୍ତ ଧାନ ମଣ୍ଡିମାନଙ୍କରେ ଗତକାଲି(ବୁଧବାର) ଠାରୁ ଆରମ୍ଭ ହୋଇଯାଇଛି ଧାନ କ୍ରୟବିକ୍ରୟ ପ୍ରକ୍ରିୟା । ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ଅନ୍ୟପଟେ ଚାଷୀଙ୍କ ଧାନ ବିକ୍ରିକୁ ନେଇ ପ୍ରଶ୍ନ କରିବାରୁ ଉତ୍ତର ନଦେଇ ଚାଲିଗଲେ ବିଧାୟିକା ।

ଏଣିକି ସମସ୍ତ ଚାଷୀ ମାନଙ୍କ ନିକଟକୁ ଟୋକନ ଆସିଯିବ ଏବଂ ଚାଷୀ ମାନେ ତାଙ୍କର ଧାନ ମଣ୍ଡିରେ ବିକ୍ରି କରିପାରିବେ । ଚଳିତ ଥର ଚାଷୀଙ୍କ ଟୋକନର ଅବଧି 15 ଦିନ ରହିଥିଲା । ଯାହାଫଳରେ ଚାଷୀମାନଙ୍କ ଧାନ ବିକ୍ରି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ତେଣୁ ଚଳିତ ଥର ଟୋକାନର ଅବଧିକୁ ୧୫ ଦିନ ବଦଳରେ 30 ଦିନ ରଖିଛନ୍ତି ରାଜ୍ୟ ସରକାର । ପଞ୍ଜିକୃତ ସମସ୍ତ ଚାଷୀମାନଙ୍କର ଟୋକାନ ଜେନେରେଟ ହୋଇଯାଇଥିବା ବେଳେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 52 ଲକ୍ଷ 31ହଜାର 882 କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟାର୍ଗେଟ ଆସିଛି ଏବଂ ବରଗଡ଼ ଜିଲ୍ଲାର 112 ଗୋଟି ମିଲ ଏହି ଧାନ କିଣାବିକା ପାଇଁ ଯୋଗ୍ୟ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟର ଧାନସଂଗ୍ରହ ପାଇଁ 1 ଲକ୍ଷ 65 ହଜାର କ୍ବିଣ୍ଟାଲ ଧାନ ବିଭିନ୍ନ ମିଲମାନଙ୍କୁ ଟାର୍ଗେଟ ଦିଆଯାଇଛି । ଆଜି ୧୦ତାରିଖରୁ ଅତାବିରାର ସମସ୍ତ ଧାନମଣ୍ଡିମାନଙ୍କରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୧୨ ତାରିଖରେ ଜିଲ୍ଲାର ସମସ୍ତ ମଣ୍ଡି ଗୁଡିକ ଖୋଲାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ଏହା ମଧ୍ୟ ପଢନ୍ତୁ: Presidents Event Blackout: ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟି ନାଗରିକ ମଞ୍ଚର ମୌନ ଧାରଣା


ଅନ୍ୟପଟେ ଚାଷୀଙ୍କ ଧାନ ବସ୍ତା ଓ ଟୋକନକୁ ନେଇ ହେଉଥିବା ସମସ୍ୟା ତଥା କଟନୀ ଛଟନୀ, ଅନ୍ୟ ରାଜ୍ୟର ଧାନ ବରଗଡ଼ ଜିଲ୍ଲାକୁ ଆସିବା ଏବଂ ମିଲ ମାଲିକମାନେ ଠିକ ସମୟରେ ଧାନ ନ ଉଠାଇବା ଆଦି ବିଷୟରେ ଆଲୋଚନା କରିବାକୁ ଯାଇ ବୁଧବାର ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ଚାଷୀ ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାସହ ଅତାବିରା ବିଧାୟିକାଙ୍କୁ କୃଷକ ସଙ୍ଗଠନ ଘେରିଯାଇ ଚାଷୀଙ୍କ ଧାନ ବିକ୍ରିକୁ ନେଇ ହେଉଥିବା ସମସ୍ୟା ଉପରେ ପ୍ରଶ୍ନ କରିବାରୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାଷୀଙ୍କ କଥା ନଶୁଣି ସେଠାରୁ ଚାଲି ଯାଇଥିଲେ । ଫଳରେ ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡିଥିଲେ ଚାଷୀ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details