ଓଡିଶା

odisha

ETV Bharat / state

ନବୀନଙ୍କ ବିଜେପୁର ଗସ୍ତ ବେଳେ ଚିନି କଳ କର୍ମଚାରୀଙ୍କ ଗିରଫଦାରୀକୁ ବିରୋଧୀଙ୍କ ନିନ୍ଦା - opposition targets bjd

ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ସମୟରେ ଧାରଣାରେ ବସିଥିବା ଚିନି କାରଖାନାର କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଯାହାର କଡା ନିନ୍ଦା କରିଛି ବିରୋଧୀ ।

ଚିନି କଳ କର୍ମଚାରୀଙ୍କ ଗିରଫଦାରିକୁ ବିରୋଧୀଙ୍କ ନିନ୍ଦା

By

Published : Oct 18, 2019, 4:49 AM IST

ବରଗଡ: ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ସମୟରେ ଧାରଣାରେ ବସିଥିବା ଚିନି କାରଖାନାର କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଯାହାକୁ କଡାନିନ୍ଦା କରିଛନ୍ତି ବିରୋଧୀ ।

ଚିନି କଳ କର୍ମଚାରୀଙ୍କ ଗିରଫଦାରିକୁ ବିରୋଧୀଙ୍କ ନିନ୍ଦା

ତେବେ ଚିନି କାରଖାନାର ପୁନଃଉଦ୍ଧାର ଓ କର୍ମଚାରୀଙ୍କ ବକେୟା ଦରମା ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିଥିବା 11 କୋଟି ଟଙ୍କାର ପୁରୁଣା ପ୍ରତିଶୃତିକୁ ମନେପକାଇବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ସମୟରେ ଧାରଣାରେ ବସିଥିବା ଚିନି କାରଖାନାର କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଆଉ ଏହି ଘଟଣାକୁ ନେଇ ଏବେ ବିରୋଧୀ ଆରମ୍ଭ କରିଛନ୍ତି ରାଜନୀତି |

ବରଗଡ ସଦର ତୋରାଠାରେ ଥିବା ଚିନି କାରଖାନା ଦୀର୍ଘ ଦିନରୁ ବନ୍ଦ ହୋଇପଡିରହିଥିବା ବେଳେ ଏଠାକାର କର୍ମଚାରୀଙ୍କର 25ମାସର ଦରମା ପ୍ରଦାନ କରାଯାଇ ନାହିଁ ଯାହାକୁ ନେଇ କର୍ମଚାରୀମାନେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନିକଳର ପୁନରୁଦ୍ଧାର ପାଇଁ 11କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ପରେ ଆନ୍ଦୋଳନରୁ ଓହରିଥିଲେ କର୍ମଚାରୀ |

ମାତ୍ର ପରିସ୍ଥିତିରେ କୌଣସି ସୁଧାର ଆସିନଥିଲା । ଘୋଷଣାକୁ ଆଠ ମାସ ବିତିଯାଇଥିଲେ ସୁଦ୍ଧା କର୍ମଚାରୀଙ୍କୁ ତାଙ୍କର ଦରମା ମିଳିପାରିଲା ନାହିଁ | ଯେଉଁ କାରଣରୁ କର୍ମଚାରୀମାନେ ଦୁର୍ଦ୍ଦିନ ଅବସ୍ଥାରେ ଆଉ କୌଣସି ଉପାୟ ନପାଇ ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ ସମୟରେ ଧାରଣା ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ପୁଣି ମନେପକାଇବାକୁ ଚେଷ୍ଟା କରିଥିଲେ । ଏନେଇ ବିଜେପୁର ନିର୍ବାଚନ ମଣ୍ଡଳୀର ଜାରିଙ୍ଗ ଛକ ନିକଟରେ କାରଖାନାର କର୍ମଚାରି ବୁଧୁବାରଠାରୁ ଧାରଣାରେ ବସିଥିଲେ |

ଆଉ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଏହି ରାସ୍ତା ଦେଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରି ସୋହେଳା ଥାନାରେ ରଖିଥିଲା | 30 ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା । ଅନ୍ୟପଟେ ବହୁ ଆଖୁ ଚାଷୀ ଏହାର ପ୍ରତିବାଦ କରି ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଆରମ୍ଭ କରିଦେଇଥିଲେ ଧାରଣା | ସୋହେଳା ଥାନାରେ ରଖାଯାଇଥିବା କର୍ମଚାରୀ ମାନେ ମଧ୍ୟ ମଧ୍ୟାହ୍ନ ଭୋଜନକୁ ଫେରାଇଦେଇଥିଲେ ଏବଂ ଉପବାସ ରହି ତାଙ୍କର ପ୍ରତିବାଦ ଜାରି ରଖିଥିଲେ |

ତେବେ ସରକାରଙ୍କ ଏପରି କାର୍ଯ୍ୟନୁଷ୍ଠାନକୁ ସ୍ଥାନୀୟ ଲୋକେ ତଥା ବିରୋଧୀ ଦଳର ନେତାମାନେ ମଧ୍ୟ ସମାଲୋଚନା କରିଥିଲେ | ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ତୀବ୍ର ନିନ୍ଦା କରିଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details