ଓଡିଶା

odisha

ETV Bharat / state

ବରଗଡରେ ଆକାଶ ଛୁଆଁ ପିଆଜ ଦର, ହନ୍ତସନ୍ତ ଗ୍ରାହକ

ବରଗଡ ଜିଲ୍ଲାରେ ଆକାଶ ଛୁଆଁ ହୋଇଛି ପିଆଜ ଦର। କିଲୋ ପିଛା ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି ପିଆଜ। ଜିଲ୍ଲା ପ୍ରଶାସନ ପିଆଜ ଦରବୃଦ୍ଧି ଉପରେ କଟକଣା ଲଗାଇବାରେ ବିଫଳ ହୋଇଛି। ଅଧିକ ପଢ଼ନ୍ତୁ...

ବରଗଡରେ ଆକାଶ ଛୁଆଁ ପିଆଜ ଦର, ହନ୍ତସନ୍ତ ହେଉଛନ୍ତି ଗ୍ରାହକ
ବରଗଡରେ ଆକାଶ ଛୁଆଁ ପିଆଜ ଦର, ହନ୍ତସନ୍ତ ହେଉଛନ୍ତି ଗ୍ରାହକ

By

Published : Oct 27, 2020, 11:06 PM IST

ବରଗଡ: ବରଗଡ ଜିଲ୍ଲାରେ ଆକାଶ ଛୁଆଁ ହୋଇଛି ପିଆଜ ଦର। ଦୀର୍ଘ ଦିନ ହେଲା ପିଆଜ ଦର କିଲୋ ପିଛା ୬୦ରୁ ୭୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପିଆଜ ଦର ଖସିବାର ନାଁ ଧରୁନି। ଏଭଳି ସ୍ଥିତିରେ ସାଧାରଣ ଲୋକ ପିଆଜ କିଣିବାରୁ ମୁହଁ ଫେରାଉଛନ୍ତି। ଜିଲ୍ଲା ପ୍ରଶାସନ ପିଆଜ ଦରବୃଦ୍ଧି ଉପରେ କଟକଣା ଲଗାଇବାରେ ବିଫଳ ହୋଇଛି।

ଫଳରେ ଗରିବ ଲୋକେ ପିଆଜ କିଣିବା ବନ୍ଦ କରିଦେଇଥିବା ଦେଖା ଦେଇଛି। ଚାକିରିଆ ଲୋକେ ମଧ୍ୟ ପିଆଜ କିଣିବାକୁ ପସନ୍ଦ କରୁନାହାନ୍ତି | ଏକ କିଲୋ ଜାଗାରେ ବହୁତ କମ ପିଆଜ କିଣୁଛନ୍ତି ଲୋକେ। ପିଆଜ ଦର ଛଡ଼ା ଅନ୍ୟ ପନିପରିବା ଦର ମଧ୍ୟ ଉପର ମୁହାଁ ହୋଇଛି। ବରଗଡ ଜିଲ୍ଲା ଧାନଚାଷ ଏବଂ ପନିପରିବା ଚାଷ ପାଇ ରାଜ୍ୟରେ ପ୍ରସିଦ୍ଧ ରହିଛି। ବରଗଡରୁ ଅନ୍ୟ ସ୍ଥାନକୁ ବହୁ ପନିପରିବା ପ୍ରତିଦିନ ରପ୍ତାନି ହୋଇଥାଏ।

ବରଗଡରେ ଆକାଶ ଛୁଆଁ ପିଆଜ ଦର, ହନ୍ତସନ୍ତ ହେଉଛନ୍ତି ଗ୍ରାହକ

ବାଇଗଣ, କୋବି, ଭେଣ୍ଡି, ଝୁଡଙ୍ଗ, ପୋଟଳ, ଆଦି ବହୁ ପନିପରିବା ବରଗଡରେ ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଥିଲେ ମଧ୍ୟ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି ପରିବା ଦର। ୨୦୦ ଟଙ୍କାର ପାରିବା କିଣିଲେ ବ୍ୟାଗ ପୂର୍ଣ ହୋଇପାରୁନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାହକ ଆବଶ୍ୟକ ମୁତାବକ ପରିବା କିଣି ପାରୁନଥିବା ଦେଖା ଦେଇଛି।

ଆକାଶ ଛୁଆଁ ପରିବା ଦର ଯୋଗୁଁ ପରିବା ହାଟରେ ମଧ୍ୟ ଲୋକଙ୍କ ଭିଡ଼ ଦେଖାଯାଉନାହିଁ। ପରିବା ବ୍ୟବସାୟୀ ମଧ୍ୟ ମାନ୍ଦା ବ୍ୟବସାୟ ହେଉଥିବା ଅଭିଯୋଗ କରିଛନ୍ତି। ମାନ୍ଦା ବେପାର କୁନେଇ ଚିନ୍ତାରେ ପଡିଯାଇଛନ୍ତି ପରିବା ବେପାରୀ। କୋରୋନା ଭୟ କାରଣରୁ ଲୋକେ ଆଗପରି ଆଉ ବଜାରକୁ ଆସୁନଥିବାରୁ ବେପାରରେ ମଧ୍ୟ ମାନ୍ଦା ଅବସ୍ଥା ଦେଖାଦେଇଛି।

ପିଆଜ ଦର କିଲୋ ପିଛା ୭୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିପାଇଁ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି। ପିଆଜର ଆହେତୁକ ଦର କାରଣରୁ ବିଭିନ୍ନ ଜିଲ୍ଲାମାନଙ୍କରେ ଯୋଗାଣ ବିଭାଗ ପକ୍ଷରୁ ପିଆଜ କମ ଦରରେ ବିକ୍ରି ହେଉଛି। କିନ୍ତୁ ବରଗଡ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଏପରି କୌଣସି ପଦକ୍ଷେପ ଆଜି ନିଆଯାଇନାହି। ଫଳରେ ବାଧ୍ୟ ହୋଇ ଲୋକେ ଉଚ୍ଚ ଦରରେ ପିଆଜ କିଣୁଛନ୍ତି ବରଗଡ଼ବାସୀ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details