ଓଡିଶା

odisha

ETV Bharat / state

ଡ୍ରାଇଭରଙ୍କୁ କୋରୋନା ଯୋଦ୍ଧା ଘୋଷଣା ଦାବିରେ 12 ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା - ଡ୍ରାଇଭରଙ୍କୁ କରୋନା ଯୋଦ୍ଧା

ବିଭିନ୍ନ ଦାବି ନେଇ ଆଜି ୧୨ ଘଣ୍ଟିଆ ବରଗଡ ବନ୍ଦ ଡାକରା ଦେଇଛି ଓଡିଶା ମୋଟର ଚାଳକ ସଂଘ ବରଗଡ ଜିଲ୍ଲା । ଅଧିକ ପଢନ୍ତୁ...

ଡ୍ରାଇଭରଙ୍କୁ କୋରୋନା ଯୋଦ୍ଧା ଘୋଷଣା ଦାବିରେ  12ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା
ଡ୍ରାଇଭରଙ୍କୁ କୋରୋନା ଯୋଦ୍ଧା ଘୋଷଣା ଦାବିରେ 12ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା

By

Published : Jul 27, 2021, 1:40 PM IST

ବରଗଡ: ଆଜି ବାର ଘଣ୍ଟିଆ ବରଗଡ ବନ୍ଦ ଡାକରା ଦେଇଛି ଓଡିଶା ମୋଟର ଚାଳକ ସଂଘ ବରଗଡ ଜିଲ୍ଲା । ଡ୍ରାଇଭର ମାନଙ୍କୁ କୋରୋନା ଯୋଦ୍ଧା ଘୋଷଣା କରାଯିବା ସହ କୋରୋନା ମୃତ୍ୟୁ ବରଣ କରିଥିବା ଡ୍ରାଇଭରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ମହାମାରୀ କୋରୋନା ପାଇଁ ଗାଡି ଚାଳକ ମାନେ ଘରେ ରହିଥିବାରୁ ମାସକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ବିଭିନ୍ନ ଦାବିନେଇ ରାଜରାସ୍ତା ଅବରୋଧ କରିଛନ୍ତି ସଂଘର ସଦସ୍ୟ । ଏଥି ସହ ଜିଲ୍ଲାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଗାଡି ଚଳାଚଳ ,ଦୋକାନ ବଜାର ବନ୍ଦ କରିଛନ୍ତି ମୋଟର ଚାଳକ ସଂଘ ।

ଡ୍ରାଇଭରଙ୍କୁ କୋରୋନା ଯୋଦ୍ଧା ଘୋଷଣା ଦାବିରେ 12ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା

ଆଜି ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ତେବେ ଆଜି ସକାଳୁ ଆନ୍ଦୋଳନକାରୀ ମାନେ ସ୍ଥାନୀୟ ଗାନ୍ଧିଛକ ଠାରେ ରାସ୍ତାରୋକ କରିବା ସହିତ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି। ବରଗଡ଼ରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ପେଟ୍ରୋଲ ପମ୍ପ ଓ ସମସ୍ତ ସରକାରୀ ବେସରକାରୀ ଅଫିସ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ଆଜି କେବଳ ବରଗଡ଼ ଜିଲ୍ଲା ବନ୍ଦ କରାଯାଇଥିବା ବେଳେ ମୋଟର ଚାଳକ ସଂଘର ଯଦି ସମସ୍ତ ଦାବି ପୂରଣ କରାନଯାଉଛି ତାହେଲେ ଆଗାମୀ ଦିନରେ ଓଡିଶା ବନ୍ଦ ଡାକରା ଦେବୁ ବୋଲି ଚେତବନୀ ଦେଇଛି ସଂଘ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details