ଓଡିଶା

odisha

ETV Bharat / state

ସ୍କୁଲ ପରିଦର୍ଶନ କଲେ ନୂଆ BEO ସେବାଶ୍ରୀ ଭୋଇ

କୋରୋନା ମହାମାରୀର ଦ୍ଵିତୀୟ ଲହର କମିବା ପରେ ଦୀର୍ଘ 3 ମାସ ହେଲା ବନ୍ଦ ପଡିଥିବା ଉଚ୍ଚ ବିଦ୍ୟାଳୟ ଗୁଡିକ ଖୋଲିବା ଆରମ୍ଭ ହୋଇଛି । ଏହି ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ବୁଲି ପରିଦର୍ଶନ କରିଛନ୍ତି ବରଗଡର ନୂତନ ଶିକ୍ଷା ଅଧିକାରିଣୀ ସେବାଶ୍ରୀ ଭୋଇ । ଅଧିକ ପଢ଼ନ୍ତୁ...

ସ୍କୁଲ ପରିଦର୍ଶନ କଲେ ନୂତନ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ
ସ୍କୁଲ ପରିଦର୍ଶନ କଲେ ନୂତନ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ

By

Published : Jul 28, 2021, 7:26 AM IST

ବରଗଡ଼: କୋରୋନା ମହାମାରୀର ଦ୍ଵିତୀୟ ଲହର କମିବା ପରେ ଦୀର୍ଘ 3 ମାସ ହେଲା ବନ୍ଦ ପଡିଥିବା ଉଚ୍ଚ ବିଦ୍ୟାଳୟ ଗୁଡିକ ଖୋଲିବା ଆରମ୍ଭ ହୋଇଛି । ଏହି ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ବୁଲି ପରିଦର୍ଶନ କରିଛନ୍ତି ବରଗଡର ନୂତନ ଶିକ୍ଷା ଅଧିକାରିଣୀ ସେବାଶ୍ରୀ ଭୋଇ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା । ଏହାପରେ ସ୍କୁଲକୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଆସିଥିବା ଦେଖିବାକୁ ମିଳିଛି ।

ସ୍କୁଲ ପରିଦର୍ଶନ କଲେ ନୂତନ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ

ପୂର୍ବରୁ ଅନଲାଇନ ମାଧ୍ୟମରେ ପାଠପଢା ଚାଲିଥିବା ବେଳେ ଏବେ ସ୍କୁଲରେ ପୁଣି ପାଠପଢା ଆରମ୍ଭ ହୋଇଯାଇଛି | ତେବେ ସ୍କୁଲର କଣ ଅବସ୍ଥା ରହିଛି କେତେ ସଂଖ୍ଯାରେ ଛାତ୍ରଛାତ୍ରୀ ଆସୁଛନ୍ତି ତା ସାଙ୍ଗକୁ ପାଠପଢ଼ା ପାଇଁ ସୁସ୍ଥ ବାତାବରଣ ରହଛି କି ନାହିଁ ତାହାର ତଦାରଖ କରିଛନ୍ତି ବରଗଡ଼ ଶିକ୍ଷା ଅଧିକାରିଣୀ ସେବାଶ୍ରୀ ଭୋଇ |

ମହାମାରୀ ସମୟରେ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ସରକାରୀ ନିୟମ ଅନୁଯାୟୀ ଜିଲ୍ଲାରେ ସ୍କୁଲ ଖୋଲା ଯାଇଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି । ଅଭିଭାବକ ମାନଙ୍କ ମନରେ ଭୟ ଯେମିତି ନହୁଏ ଏବଂ ପିଲାଙ୍କୁ ସେମାନେ ପାଠ ପଢ଼ାଇବାକୁ ଯେମିତି ନିର୍ଭୟରେ ସ୍କୁଲକୁ ପଠାଇବେ ସେନେଇ ଅଧିକ ଗୁରୁତ୍ଵ ଦିଆଯାଉଛି । ସ୍କୁଲକୁ ଆସିବାକୁ ଛାତ୍ରଛାତ୍ରୀ ମାନଙ୍କୁ ବାଧ୍ୟ କରାଯାଇନାହିଁ । ଅଭିଭାବକ ମାନଙ୍କର ଅନୁମତିରେ ହିଁ ଛାତ୍ରଛାତ୍ରୀ ସ୍କୁଲକୁ ଆସିପାରିବେ । ତେବେ ବର୍ତ୍ତମାନ କମ୍ ସଂଖ୍ୟକ ପିଲା ସ୍କୁଲରେ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details