ଓଡିଶା

odisha

ETV Bharat / state

ବରଗଡ ଡାକ୍ତରଖାନାରେ ଅବହେଳା, ଅଟୋରେ ପ୍ରସବ କଲେ ମହିଳା

ବରଗଡ ଡାକ୍ତରଖାନାରେ ଅବହେଳା, ଅଟୋରେ ପ୍ରସବ କଲେ ମହିଳା । ପ୍ରସୂତି ବିଭାଗରେ ଅବହେଳା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଗର୍ଭବତୀ ମହିଳାଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ...

Neglect at Bargarh Hospita
ବରଗଡ ଡାକ୍ତରଖାନାରେ ଅବହେଳା, ଅଟୋରେ ପ୍ରସବ କଲେ ମହିଳା

By

Published : Nov 22, 2020, 2:57 AM IST

ବରଗଡ: ଟାଉନ ପୁରୁଣା ଡାକ୍ତରଖାନାର ପ୍ରସୂତି ବିଭାଗରେ ଅବହେଳା କରାଯାଉଥିବା ଅଭିଯୋଗ ଆଣିଛନ୍ତି ଗର୍ଭବତୀ ମହିଳାଙ୍କ ପରିବାର ଲୋକେ । ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ପାଇଁ ଦୁଇ ଦୁଇଟି ଗର୍ଭବତୀ ମହିଳା ପ୍ରସୂତି ବିଭାଗର ବାରଣ୍ଡାରେ ଏବଂ ଅନ୍ୟଜଣେ ଅଟୋ ଭିତରେ ଶିଶୁ ଜନ୍ମ ଦେଇଥିବା ଅଭାବନୀୟ ଘଟଣା ଘଟିଛି ବରଗଡରେ ।

ବରଗଡ ଡାକ୍ତରଖାନାରେ ଅବହେଳା, ଅଟୋରେ ପ୍ରସବ କଲେ ମହିଳା

କୋରୋନା ସଂକ୍ରମଣ ନାମରେ ଗର୍ଭବତୀ ମହିଳାଙ୍କୁ ବରଗଡ ଡାକ୍ତରଖାନାରେ ମିଳିପାରୁନାହିଁ ଶୀଘ୍ର ଚିକିତ୍ସା ସେବା । ରୋଗୀ ପ୍ରସୂତି ପାଇଁ ହସ୍ପିଟାଲରେ ପହଞ୍ଚିଲା ପରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ମିଳିପାରୁନାହିଁ ଚିକିତ୍ସା ସୁବିଧା । ଯାହାଫଳରେ ହସ୍ପିଟାଲ ବାହାରେ ବିପଦ ସଙ୍କୁଳ ଅବସ୍ଥାରେ ଶିଶୁ ଜନ୍ମ କରି ଫେରୁଛନ୍ତି ଘରକୁ । ପ୍ରଥମେ କୋରୋନା ପରୀକ୍ଷା କରାଇଲା ପରେ ଯାଇ ଗର୍ଭବତୀ ମହିଲାଙ୍କୁ ଚିକିତ୍ସା କରାଯାଉଛି ବରଗଡ ଡାକ୍ତରଖାନାରେ ମାତ୍ର ରାତିରେ ସରକାରୀ ଡାକ୍ତରଖାନାରେ କୋଭିଡ ଟେଷ୍ଟ କରାଇବା ପାଇଁ କେହି ନଥିବା ବେଳେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ମଧ୍ୟ କରାଯାଉନାହିଁ ଏବଂ ପ୍ରସୂତି ପିଡା ରେ ଛଟପଟ ହେଉଛନ୍ତି ହସ୍ପିଟାଲରେ ।

ଗୋଟେ ଦିନରେ ବରଗଡ ହସ୍ପିଟାଲରେ ଏପରି ଦୁଇଟି ଘଟଣା ଦେଖିବାକୁ ମିଳିଛି ବରଗଡ ସରକାରୀ ଡାକ୍ତରଖାନାରେ । ତେବେ ବରଗଡ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ଭବିଷ୍ୟତରେ କାହାର ଅମୂଲ୍ୟ ଜୀବନ ନେଇନଯାଉ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details