ଓଡିଶା

odisha

ଆସନ୍ତା 17ରେ ବିଜେପୁର ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ଆସନ୍ତା 17 ଓ 18 ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାକୁ ଗସ୍ତ କରିବା ନେଇ ସୂଚନା ମିଳିଛି ।

By

Published : Oct 15, 2019, 3:30 AM IST

Published : Oct 15, 2019, 3:30 AM IST

ଆସନ୍ତା 17ରେ ବିଜେପୁର ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ବିଜେପି ପକ୍ଷରୁ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ନିର୍ବାଚନମଣ୍ଡଳୀ ଗସ୍ତ କରିସାରିଥିବା ବେଳେ ଏବେ ବିଜେଡି ଦଳ ମୁଖିଆ ନବୀନ ପଟ୍ଟନାୟକ ନିଜେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାରରେ ଆସିବେ ବୋଲି ସୂଚନା ମିଳିଛି |

ଆସନ୍ତା 17 ଓ 18 ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାକୁ ଗସ୍ତ କରିବା ନେଇ ସୂଚନା ମିଳିଛି ।

ଆସନ୍ତା 17ରେ ବିଜେପୁର ଆସିପାରନ୍ତି ମୁଖ୍ୟମନ୍ତ୍ରୀ

ତେବେ ମୁଖ୍ୟମନ୍ତ୍ରୀ 17 ତାରିଖରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ହେଲିକେପ୍ଟର ଯୋଗେ ଅହଲ୍ଲାଇବେ ଏବଂ ବିଜେପୁର ଓ ବରପାଲି ଉଭୟ ବ୍ଲକର ବହୁ ସ୍ଥାନକୁ ରୋଡ ସୋ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚିବେ । ଏହାସହ ବରଗଡରେ ରାତ୍ରିଯାପନ କରି 18 ତାରିଖରେ ପୁଣି ଗାଇସିଲେଟ ବ୍ଲକର ତାଳପାଳିଠାରୁ ନିର୍ବାଚନୀ ପ୍ରଚାରରେ ବାହାରିବାର ଯୋଜନା ରହିଛି । ଶେଷରେ ଅପରାହ୍ନ 1ଟା ପରେ ସେ ପଦ୍ମପୁର ସତିଭଟା ଏୟାର ସ୍ଟ୍ରିପରେ ପହଞ୍ଚି ସେଠାରୁ ଫେରିବାର କାର୍ଯ୍ୟକ୍ରମ ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details