ଓଡିଶା

odisha

ETV Bharat / state

ଭଗବତ ଗୀତାର ବାଣୀକୁ ଅନୁସରଣ କରୁଛନ୍ତି ବରଗଡ ଚାଷୀ

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀଙ୍କ ମନରେ ଆଶା ଓ ବିଶ୍ଵାସ ରହିଥିବା ବେଳେ ଠିକ ସମୟରେ ମୌସୁମୀ ମଧ୍ୟ ଆସି ବର୍ଷାର ପ୍ରଥମ ଝଲକ ଦେଖାଇ ଦେଇଛି । ଯାହାକୁ ନେଇ ବରଗଡ ଜିଲ୍ଲାର ଚାଷୀ ମନରେ ଏବେ ଖୁସିର ଲହରୀ ।

By

Published : Jun 25, 2019, 10:00 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରି ରହିଥିବା ବେଳେ ବରଗଡ ଜିଲ୍ଲାର ଚାଷୀ ମାନେ ଚାତକ ପକ୍ଷୀ ପରି ମୌସୁମୀକୁ ଅପେକ୍ଷା କରି ରହିଛନ୍ତି ଚାଷ କାମ ଆରମ୍ଭ କରିବା ପାଇଁ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀଙ୍କ ମନରେ ଆଶା ଓ ବିଶ୍ଵାସ ରହିଥିବା ବେଳେ ଠିକ ସମୟରେ ମୌସୁମୀ ମଧ୍ୟ ଆସି ବର୍ଷାର ପ୍ରଥମ ଝଲକ ଦେଖାଇଦେଇଛି । ଏବଂ ଜିଲ୍ଲାର ଚାଷୀଙ୍କ ମନରେ ଭରି ଦେଇଛି ଖୁସିର ଲହରୀ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଚଳିତ ବର୍ଷ ମୌସୁମୀ ଟିକିଏ ବିଳମ୍ବ କରିଛି ସତ ହେଲେ ବର୍ଷାର ଆଗମନ ହୋଇଥିବା ବେଳେ ଚାଷୀ ମାନେ ନିଜ ନିଜ ବିଲକୁ ସଜାଡିବା ପାଇଁ ବାହାରି ପଡିଛନ୍ତି । ପ୍ରଥମ ବର୍ଷାରେ ମାଟି ଓଦା ହେବା ସହ ଚାଷ ଆରମ୍ଭ ପାଇଁ ସଠିକ ସମୟ ହୋଇଥିବାରୁ ଚାଷୀ ମାନେ ବିଭିନ୍ନ ଶସ୍ୟ ଜାତୀୟ ଉତ୍ପାଦନ ପାଇଁ ଅଣ୍ଟା ଭିଡିସାରିଲେଣି । କିଏ ଟ୍ରାକ୍ଟର ଜରିଆରେ ମାଟିକୁ ହାଲୁକା କରୁଛି ତ ଆଉ କିଏ ବିଲରେ ବିହନ ବୁଣିବା ଆରମ୍ଭ କରିଲେଣି । ମୌ

ସୁମୀର ଆଗମନରେ ପ୍ରଥମେ ଅଳ୍ପ ବର୍ଷା ହେଲେ ମଧ୍ୟ ଚାଷୀ ମାନେ ମୁଗ, ବିରି, ଚିନାବାଦାମ ପରି ଚାଷ ଆରମ୍ଭ କରିଦେଇଛନ୍ତି । ଜମିରେ ବିହନ ବୁଣି ଦେଇ ପୁଣି ବର୍ଷାର ଭରଷାରେ ଛାଡି ଦେଇଛନ୍ତି ନିଜ ଜମିକୁ । ଆଗକୁ ଭଲ ବର୍ଷା ହେଲେ ବିହନରୁ ଗଜା ଉଠିବ ଓ ଫସଲ ଖେଳିଉଠିବ ଏବଂ ବର୍ଷା ନହେଲେ ଚାଷୀ କ୍ଷତି ସହିବ । ଚାଷୀ ପରିଶ୍ରମ କରିଚାଲିଛି ଏବଂ ଫଳର ଆଶା ଭଗବାନଙ୍କ ଉପରେ ଛାଡିଦେଇଛି । ଭଲ ବର୍ଷା ହେଲେ ଭଲ ଚାଷ ହେବ ଆଗକୁ ଭଗବାନ ଭରଷା ବୋଲି କହିଛନ୍ତି ବରଗଡ ଜିଲ୍ଲାର ଚାଷୀ ।

ସଂସାରରେ ପେଟପାଟଣା ପାଇଁ ସମସ୍ତ କର୍ମଜୀବୀ ନିଜ ନିଜ କର୍ମକ୍ଷେତ୍ରରେ କିଛି ନା କିଛି ଫଳର ଆଶା ନେଇ ବ୍ୟସ୍ତ ରହୁଥିବା ବେଳେ ଚାଷୀ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ନିଜର ପରିଶ୍ରମର ଫଳକୁ ଭଗବାନ ଭରସାରେ ଛାଡିଦେଉଛି । ସତେ ଯେପରି ଭଗବତ ଗୀତାରେ ଉଲ୍ଲେଖ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ଅନୁସାରେ " ଫଳର ଆଶା ନରଖି ନିରନ୍ତର କର୍ମ କରିଚାଲିବା "।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details