ଓଡିଶା

odisha

ETV Bharat / state

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ PEO ନିଲମ୍ବିତ - ବରଗଡ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ

ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ସରକାରୀ କର୍ମଚାରୀକୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ନିଲମ୍ବିତ ହେଲେ PEO
ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ନିଲମ୍ବିତ ହେଲେ PEO

By

Published : Jan 30, 2022, 7:03 PM IST

ବରଗଡ:ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କର୍ମଚାରୀ ଜଣକ ଖଣ୍ଡତା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋପାଳ ନାଏକ ବୋଲି ଜଣାପଡ଼ିଛି।

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଖଣ୍ଡହଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ( PEO) ଙ୍କୁ ଆଜି ନିଲମ୍ବିତ କରିଛନ୍ତି । ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡତା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ (PEO ) ଗୋପାଳ ନାୟକଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଉପଜିଲ୍ଲାପାଳ ଅଫିସରେ ନିୟମିତ ଉପସ୍ଥାନ ଦେବାକୁ ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଥିବାବେଳେ ବିନା ଅନୁମତିରେ ସେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ ବୋଲି ଆଦେଶ ଦେଇଛନ୍ତି ଜିଲ୍ଲାପାଳ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details