ଓଡିଶା

odisha

ETV Bharat / state

ମିଶନ ବିଜେପୁର: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ସନତ

ଗତବର୍ଷ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ପ୍ରଣୟ ବେହେରା ଏବଂ ବିଜେପିରୁ ଅଶୋକ ପାଣିଗ୍ରାହୀ ପ୍ରମୁଖ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ମାତ୍ର ଏଥର ନବୀନ ପଟ୍ଟନାୟକ, ରିପୁନାଥ ସେଠ ଏବଂ ସନତ ଗଡତିଆଙ୍କ ମଧ୍ୟରେ ମୁକାବିଲା ହେବ।

By

Published : Mar 26, 2019, 9:31 AM IST

ଫାଇଲ ଫଟୋ

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଦଳୀୟ ପ୍ରାର୍ଥୀ ଭାବେ ସନତ ଗଡତିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ପୂର୍ବରୁ ଏହି ଆସନ ପାଇଁ ବିଜେଡି ଏବଂ କଗ୍ରେସରୁ ଯଥାକ୍ରମେ ନବୀନ ପଟ୍ଟନାୟକ ଏବଂ ରିପୁନାଥ ସେଠ ପ୍ରାର୍ଥୀ ହୋଇଛନ୍ତି।


ଆସନ୍ତା ଏପ୍ରିଲ 18 ତାରିଖର ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏହି ଦିନ ୫ ଲୋକସଭା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ।
ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହେଉଛି ମଙ୍ଗଳବାର (ଆଜି)।

ବଦଳିଲେ ସବୁଦଳର ପ୍ରାର୍ଥୀ

ଗତବର୍ଷ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ପ୍ରଣୟ ବେହେରା ଏବଂ ବିଜେପିରୁ ଅଶୋକ ପାଣିଗ୍ରାହୀ ପ୍ରମୁଖ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ମାତ୍ର ଏଥର ନବୀନ ପଟ୍ଟନାୟକ, ରିପୁନାଥ ସେଠ ଏବଂ ସନତ ଗଡତିଆଙ୍କ ମଧ୍ୟରେ ମୁକାବିଲା ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details