ଓଡିଶା

odisha

ETV Bharat / state

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ପ୍ରଚ୍ଛଦପଟ ନାୟକ: ରୂପକାର - make up artist

ବରଗଡ଼ ଧନୁଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବାରେ ଯାହାର ଭୂମିକା ରହିଛି ତାମଧ୍ୟରୁ ରୂପକାର ଘାସିରାମ ସାହୁ ଅନ୍ୟତମ। ସେ ଏବେ ଦୁନିଆରେ ନାହାନ୍ତି ସତ ହେଲେ ଛାଡ଼ି ଯାଇଛନ୍ତି ଅନେକ ଅଭୂଲା ସ୍ମୃତି । ଅଧିକ ପଢନ୍ତୁ...

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା: ରୂପକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା: ରୂପକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

By

Published : Jan 9, 2020, 11:58 PM IST

ବରଗଡ: ଧନୁଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବାରେ ଯେଉଁମାନଙ୍କ ଭୂମିକା ରହିଛି ତାମଧ୍ୟରୁ ରୂପକାରର ଭୂମିକା ଅନ୍ୟତମ । ଏହି ପ୍ରଚ୍ଛଦପଟ୍ଟର କଳାକାରଙ୍କୁ ତ କେହି ଦେଖିପାରନ୍ତି ନାହିଁ ହେଲେ ତାଙ୍କ ସାଜସଯ୍ୟା ଯୋଗୁଁ ଏହି ଖୋଲା ରଙ୍ଗମଞ୍ଚର ପ୍ରତ୍ୟେକ କଳାକାର ହୋଇପଡ଼ନ୍ତି ଜୀବନ୍ତ |

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା: ରୂପକାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ବରଗଡ଼ ଧନୁଯାତ୍ରାକୁ ବିଶ୍ବ ପ୍ରସିଦ୍ଧ କରିବାରେ ଯାହାର ଭୂମିକା ରହିଛି ତାମଧ୍ୟରୁ ରୂପକାର ଘାସିରାମ ସାହୁ ଅନ୍ୟତମ। ସେ ଏବେ ଏହି ଦୁନିଆରେ ନାହାନ୍ତି ସତ ଛାଡ଼ି ଯାଇଛନ୍ତି ଅନେକ ଅଭୂଲା ସ୍ମୃତି ।

୧୯୪୮ ମସିହା ଧନୁଯାତା ଆରମ୍ଭ ଠାରୁ ଘାସିରାମ କଳାକାରଙ୍କୁ ନିୟମିତ ସାଜସଯ୍ୟା କରିଆସୁଥିଲେ । ତାଙ୍କ ପରେ ତାଙ୍କ ବଡ଼ ପୁଅ ଦେବାନନ୍ଦ ସାହୁ ବାପାଙ୍କଠୁ ପ୍ରେରଣା ପାଇ ରୂପକାରର ଦାୟିତ୍ବ ତୁଲାଉଛନ୍ତି । ତାଙ୍କ ସହ ତାଙ୍କ ପରିବାର ପ୍ରତ୍ୟେକ ସଦସ୍ୟ ଏହି କାମରେ ସହଯୋଗ କରିଥାନ୍ତି। ଏହି ବିଶ୍ବପ୍ରସିଦ୍ଧ ଧନୁଯତ୍ରାରେ ନିଜକୁ ଜଡ଼ିତ କରିପାରୁଥିବାରୁ ସେମାନେ ନିଜକୁ ଗର୍ବିତ ଅନୁଭବ କରନ୍ତି। ତାସହ ପରିବାରର ମହିଳା ସଦସ୍ୟମାନେ ଧନୁଯାତ୍ରାର ବହୁ ଦିନ ପୂବରୁ କଳାକାରଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି ରଙ୍ଗବେରଙ୍ଗର ପୋଷାକ, ମକୁଟ, ମୋତି, ମାଳି ଓ ଅନେକ ସୁନ୍ଦର ସାଜସଯ୍ୟା ସାମଗ୍ରୀ । ଯାହାକି ଏମାନଙ୍କୁ ବେଶ ଆନନ୍ଦ ଦେଇଥାଏ।

ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଏହି ଧନୁଯାତ୍ରାର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ମହାରାଜ କଂସ ଓ ଅନ୍ୟ କଳାକାର। ଏମାନଙ୍କୁ ଦେଖିବା ପାଇଁ ମଥୁରା ଓ ଅନ୍ୟରାଜ୍ୟରୁ ଲୋକଙ୍କ ଭିଡ ଜମି ଥାଏ । ହେଲେ ଏହି କଳାକାରଙ୍କୁ ସୁନ୍ଦର ଭାବେ ସାଜସଯ୍ୟା କରିବାର ଗୁରୁଦାୟିତ୍ବ ରହିଥାଏ ରୂପକାର ଉପରେ। ପ୍ରଚ୍ଛଦପଟ୍ଟର ଏହି କଳାକାର ତାଙ୍କ ଦାୟିତ୍ବକୁ ଅତି ସୁନ୍ଦର ତୁଲାଇଥାନ୍ତି । ନାଟ୍ୟକାରଙ୍କ ଦୃଷ୍ଟିରେ ଘାସିରାମ ସାହୁ ଥିଲେ ଯାଦୁଗର । ତାଙ୍କ ହାତରେ ଥିଲା ଏମିତି କଳା ଯେ କି ସବୁବେଳେ କିଛି ଭିନ୍ନ ସ୍ବାଦ ଦେଇ ପାରୁଥିଲେ । ଧନୁଯାତ୍ରାର ପ୍ରଚ୍ଛଦପଟ୍ଟରେ ଥିଲେ ବି ଏହି ରୂପକାରମାନେ ଯାତ୍ରାର କଳାକାରଙ୍କୁ ଜୀବନ୍ତ କରିବା ସହ ମହନୀୟତାକୁ ବଢ଼ାଇ ପାରିଛନ୍ତ |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details