ବରଗଡ :ରାସ୍ତା କାମରେ ବ୍ୟାପକ ଅନିୟମିତତା । ଠିକାଦାରଙ୍କ ନିମ୍ନ ମାନର ରାସ୍ତା କାମ ଯୋଗୁଁ କାମ ସମ୍ପୂର୍ଣ୍ଣ ନ ହେଉଣୁ ବର୍ଷା ପାଣିରେ ରାସ୍ତା ଧୋଇଗଲା ନିର୍ମାଣଧିନ ରାସ୍ତା । ଫଳରେ ନବନିର୍ମିତ ରାସ୍ତାକୁ ପୁଣି ମରାମତି କରିବାକୁ ପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଥୁଆପାଳି ଅଞ୍ଚଳରେ |
ମିଳିଥିବା ସୂଚନା ଅନୁସାରେ, ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଭେଡେନ ରାସ୍ତାର ମଝିରେ ରୂପାପାଲି ଛକ ଠାରୁ ଭୋଇପାଲି ଛକ ପର୍ଯ୍ୟନ୍ତ 1 କିମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଗ୍ରାମ ସଡକ ଯୋଜନା ଅଧୀନରେ 41 ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା । 41 ଲକ୍ଷ ବ୍ୟୟ ବରାଦର ସୂଚନା ଫଳକ ସହ ଏହାର ଭିତ୍ତିପ୍ରସ୍ତର ରଖିଥିଲେ ଅତାବିରା ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।