ଓଡିଶା

odisha

ETV Bharat / state

ବିଜେପୁର ଉପନିର୍ବାଚନ ପୂର୍ବରୁ ବରଗଡରେ ଉଡୁଛି ଟଙ୍କା

ପୁଣି ଥରେ ଶନିବାର ଫ୍ଲାଇଂ ସ୍କ୍ବାଡ ଜବତ କଲା ଲକ୍ଷାଧିକ ଟଙ୍କା । ବିଜେପୁର ଉପନିର୍ବାଚନ ଆସନ୍ତା ୨୧ରେ ହେବାକୁ ଥିବା ବେଳେ ବରଗଡରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

By

Published : Oct 13, 2019, 2:34 AM IST

ବରଗଡ: ପୁଣି ଥରେ ଶନିବାର ଫ୍ଲାଇଂ ସ୍କ୍ବାଡ ଜବତ କଲା ଲକ୍ଷାଧିକ ଟଙ୍କା । ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ରେ ହେବାକୁ ଥିବା ବେଳେ ବରଗଡରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ତେବେ ନିୟମ ମୁତାବକ କେହି ମଧ୍ୟ ନିର୍ବାଚନ ଶେଷ ନହେବା ଯାଏଁ 50 ହଜାରରୁ ଅଧିକ ଟଙ୍କା ନିଜ ସହ ନେଇପାରିବେ ନାହିଁ । ତେବେ ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଫ୍ଲାଇଂସ୍କ୍ବାଡ ଜୋରଦାର ଚେକିଂ ଜାରି ରଖିଛି ।

ଗାଡି ନମ୍ବର( OD14 D 4790) ବିଶିଷ୍ଟ ଏକ ବୋଲେରୋରେ 3 ଲକ୍ଷ 50 ହଜାର ଟଙ୍କା ନେଇ ଜଣେ ବ୍ୟକ୍ତି ନେଇ ଯାଉଥିବା ବେଳେ ସରଣ୍ଡାପାଳି ଛକ ପୋଲିସ ନାକା ଠାରେ ଫ୍ଲାଇଂ ସ୍କ୍ବାଡର ଚେକିଂ ସମୟରେ ଜବତ ହୋଇଛି । ବୌଦ୍ଧ ଜିଲ୍ଲା ସିନ୍ଦୁରପୁର ଗ୍ରାମର ସଂଜୀବ ଦାସ ନାମକ ଯୁବକକୁ ବରପାଲି ପୋଲିସ ଅଟକ ରଖି ପଚରାଉଚରା କରିଥିଲା ଏବଂ ତଦନ୍ତରୁ ଏହି ଟଙ୍କା ସବୁ କୌଣସି ଦଳର ହୋଇନଥିବା ଜଣାପଡିବା ପରେ ପୋଲିସ ଉକ୍ତ ଗାଡି ଏବଂ ଯୁବକକୁ ଛାଡିଦେଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଶୁକ୍ରବାର ବରପାଲି ଥାନା ଅନ୍ତର୍ଗତ ଚୀନାଜୁରୀ ଚାରିଛକ ଠାରେ ଏକ କାରରୁ ୧୯ ଲକ୍ଷ ଏକ ହଜାର 7ଶହ ଟଙ୍କା ଚେକିଂ ସମୟରେ ଧରାପଡିଥିଲା ତେବେ ପୁଣି ଶନିବାର ଫ୍ଲାଇଂ ସ୍କ୍ବାଡ ହାତରେ ଲାଗିଛି ଲକ୍ଷାଧିକ ଟଙ୍କା ।

ମାତ୍ର ଗାଡିରେ ଥିବା 3 ଲକ୍ଷ 50 ହଜାର ଟଙ୍କା ବରଗଡ ଟ୍ରେଜେରୀ ଅଫିସରେ ଜମା କରାଯାଇଛି । ତେବେ ନିର୍ବାଚନ ପରେ ଯାଇ ଜବତ କରାଯାଇଥିବା ଟଙ୍କା ମାଲିକ ମାନଙ୍କୁ ଫେରସ୍ତ କରାଯିବ ବୋଲି ଜଣାପଡିଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details