ଓଡିଶା

odisha

ETV Bharat / state

ମଦକୁ ମହିଳାଙ୍କ ବିରୋଧ: ଅମ୍ବାପାଲି ରାସ୍ତା ଅବରୋଧ

ପ୍ରଥମେ ବିଭାଗୀୟ ଅଧିକାରୀଙ୍କୁ କହିବା ପରେ କିଛି ସୁଫଳ ନ ମିଳିବାରୁ ଆକ୍ସନ ମୁଡରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବରଗଡ ନଦୀପଡାର ଶତାଧିକ ମହିଳା ।

By

Published : Feb 6, 2019, 2:31 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ

ବରଗଡ: ମଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା । ପ୍ରଥମେ ବିଭାଗୀୟ ଅଧିକାରୀଙ୍କୁ କହିବା ପରେ କିଛି ସୁଫଳ ନ ମିଳିବାରୁ ଆକ୍ସନ ମୁଡରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବରଗଡ ନଦୀପଡାର ଶତାଧିକ ମହିଳା । ମହିଳାମାନେ ଏକଜୁଟ ହୋଇ ମଦ ବିକ୍ରି କାରବାରକୁ ବିରୋଧ କରିବା ସହ ଅମ୍ବାପାଲି ରାସ୍ତା ଅବରୋଧ କରିଛନ୍ତି । ଆଉ ରାସ୍ତା ମଝିରେ ମଦ ବୋତଲକୁ ଭାଙ୍ଗିଛନ୍ତି ।

ସମଗ୍ର ବରଗଡ ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବାବେଳେ ଅପରାଧ ମଧ୍ୟ ବଢିବଢି ଚାଲିଛି | କଫ ସିରପ ଓ ନିଶା ବଟିକା ମୁଖ୍ୟତଃ ଆଜିର ଯୁବପିଢିକୁ ଅଧିକ ପ୍ରଭାବିତ କରୁଥିବାବେଳେ ପୋଲିସ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବାରେ ଫେଲ ମାରିଛି । ଫଳରେ ଅନେକ ସମୟରେ ବହୁ ସଡକ ଦୁର୍ଘଟଣା ଘଟୁଛି |

ଏହାକୁ ଦେଖିବା ପରେ ମହିଳାମାନେ ନିଜେ ମଦ କାରବାରକୁ ବନ୍ଦ କରିବାକୁ ଅଣ୍ଟା ଭିଡିଥିଲେ । ବରଗଡର ୧ ନମ୍ବର ଓ ୨ ନମ୍ବର ୱାର୍ଡର ଶତାଧିକ ମହିଳା ଏକାଠି ହୋଇ ରାସ୍ତାକୁ ଓହ୍ଲାଇଥିଲେ | ଅମ୍ବାପାଲି ରାସ୍ତା ଅବରୋଧ କରିବା ସହ ରାସ୍ତା ମଝିରେ ଜବତ କରାଯାଇଥିବା ଦେଶୀ ମଦ ପାଉଚ ଗୁଡିକୁ ପୋଡିଛନ୍ତି ।

ତେବେ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ଆନ୍ଦୋଳନରୁ ଓହରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details