ଓଡିଶା

odisha

ETV Bharat / state

ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ ଘେରିଲେ ଶ୍ରମିକ

ବରଗଡ ଏସିସି ସିମେଣ୍ଟ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କୁ ସରକାରଙ୍କ ଅଣଦେଖା । ନିର୍ଦ୍ଧାରିତ ହାରରେ ପାରିଶ୍ରମିକ ପ୍ରଦାନ କରୁନଥିବା ନେଇ ଅଭିଯୋଗ କରିଛନ୍ତି କାର୍ଯ୍ୟରତ ଶ୍ରମିକ । ଏନେଇ ସ୍ଥାନୀୟ ଇଡକଳ ସିମେଣ୍ଟ ମଜଦୁର ସଂଘ ବରଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟ ଘେରି ଆନ୍ଦୋଳନ କରିଥିଲେ |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Mar 30, 2019, 3:24 AM IST

ବରଗଡ: ଏସିସି ସିମେଣ୍ଟ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କୁ ସରକାରଙ୍କ ଅଣଦେଖା । ନିର୍ଦ୍ଧାରିତ ହାରରେ ପାରିଶ୍ରମିକ ପ୍ରଦାନ କରୁନଥିବା ନେଇ ଅଭିଯୋଗ କରିଛନ୍ତି କାର୍ଯ୍ୟରତ ଶ୍ରମିକ । ଏନେଇ ସ୍ଥାନୀୟ ଇଡକଳ ସିମେଣ୍ଟ ମଜଦୁର ସଂଘ ବରଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟଳୟକୁ ଘେରି ଆନ୍ଦୋଳନ କରିଥିଲେ | ଏହାସହ ଜିଲ୍ଲା ଶ୍ରମ ଅଧିକାରୀ ତାଙ୍କ ପୂର୍ବ ପ୍ରତିଶୃତି ରଖିନଥିବା ଅଭିଯୋଗ କରି ମଜଦୁର ସଂଘ କ୍ଷୋଭ ପ୍ରକାଶ କରିଥିଲେ |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ ଓଡିଶା ସରକାରଙ୍କ ଗେଜେଟ ନୋଟିଫିକେସନ ନମ୍ବର ୪୩୧୨୦୮ ଅନୁଯାୟୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ନିର୍ଦ୍ଧାରଣ କରାଯାଇଥିଲା | ଏହି କ୍ରମରେ ଅଣକୁଶଳୀ ଶ୍ରମିକଙ୍କ ପାରିଶ୍ରମିକ 200 ଟଙ୍କା, ମଧ୍ୟମ କୁଶଳୀ ଶ୍ରମିକଙ୍କ 220 ରୁ 320 ଟଙ୍କା, କୁଶଳୀ ଶ୍ରମିକଙ୍କ 240 ରୁ 370 ଟଙ୍କା, ଉଚ୍ଚ କୁଶଳୀ ଶ୍ରମିକଙ୍କ ୨୬୦ ରୁ ୪୩୦ ଟଙ୍କା ମଜୁରୀ ଧାର୍ଯ୍ୟ କରାଯାଇଥିଲା । ଏହାସହ ସରକାର ଶ୍ରମିକଙ୍କୁ ଭିଡିଏ ବାବଦକୁ 24 ଟଙ୍କା 30 ପଇସା ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି |

ମାତ୍ର ବରଗଡ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଭିଡିଏ ବାବଦକୁ 24 ଟଙ୍କା30 ପଇସା କାଟିଦେଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି | ତେବେ ଶ୍ରମିକଙ୍କ ପ୍ରତି କାରଖାନା କର୍ତ୍ତୃପକ୍ଷ ଏଭଳି ମନୋଭାବ ନେଇ ବାରମ୍ବାର ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟଲୟକୁ ଆସି ଫେରାଦ ହୋଇଥିଲେ ମଧ୍ୟ ଫଳଶୂନ । ଯାହାକୁ ନେଇ ଏବେ ଆନ୍ଦୋଳନକୁ ଓହ୍ଲାଇଛି ଇଡକଳ ସିମେଣ୍ଟ ସଂଘ |

ଏହି ଆନ୍ଦୋଳନରେ ସଂଘ ସଭାପତି ମାଧବ ସୁନା, ସାଧାରଣ ସମ୍ପାଦକ ରୁତୁ ସାଗର, ଅଜୟ ପଟ୍ଟନାୟକ, ସରୋଜ ସୁନା ପ୍ରମୁଖ ନେତୃତ୍ଵ ନେଇଥିଲେ |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details