ଓଡିଶା

odisha

ETV Bharat / state

ଉତ୍କଳ ଦିବସରେ ବନ୍ଦ ଉତ୍କଳ ଜନନୀ ଗାନକୁ କୋଶଳି ସେନାର ବିରୋଧ

ବରଗଡ ଟାଉନ ହଲ ନିକଟରେ ଉତ୍କଳ ଦିବସ ଅବିସରରେ ଉତ୍କଳ ସଂଗୀତ ଗାନ ସମୟରେ ବିରୋଧ କଲା କୋଶଳି ସେନା । ଅଧିକ ପଢନ୍ତୁ

By

Published : Apr 1, 2022, 10:44 PM IST

ଉତ୍କଳ ଦିବସରେ ବନ୍ଦ ଉତ୍କଳ ଜନନୀ ଗାନକୁ କୋଶଳି ସେନାର ବିରୋଧ
ଉତ୍କଳ ଦିବସରେ ବନ୍ଦ ଉତ୍କଳ ଜନନୀ ଗାନକୁ କୋଶଳି ସେନାର ବିରୋଧ

ବରଗଡ: ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଉଥିବା ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବିରୋଧ ପ୍ରଦର୍ଶନ କଲେ କୋଶଳୀ କ୍ରିୟାନୁଷ୍ଠାନ କମିଟିର ବହୁ ସଦସ୍ୟ । ଆଜି ଅପ୍ରେଲ 1 ତାରିଖକୁ ବରଗଡରେ କୋଶଳ ସେନା ପକ୍ଷରୁ କଳା ଦିବସ ଭାବରେ ପାଳନ କରାଯାଇ ଥିବାବେଳେ କଳା ପତାକା ଦେଖାଇ ଉତ୍କଳ ଦିବସକୁ ବିରୋଧ କରାଯାଇଥିଲା ।

ତେବେ ଆଜି (ଶୁକ୍ରବାର) ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଉ ଥିବାବେଳେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ସମୟରେ କୋଶଳ ସେନାର ବହୁ ସଦସ୍ୟ ଏହାକୁ ବିରୋଧ କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନକୁ ବନ୍ଦ କରିବାକୁ ଦାବିକରି ବ୍ୟାପକ ପାଟିତୁଣ୍ଡ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାପକ ଉତ୍ତେଜନା ଦେଖାଦେବା ସହ ସ୍ଥିତି ଅସମ୍ଭାଳ ହେବାରୁ ପୂର୍ବରୁ ସଜାଗ ଥିବା ପୋଲିସ କର୍ମଚାରୀମାନେ ଆନ୍ଦୋଳନକାରୀଙ୍କୁ ଆୟତ୍ତ କରିଥିଲେ ଏବଂ ଟାଉନ ହଲ ପରିସରରୁ ବାହାରକୁ ନେଇଯାଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details