ଓଡିଶା

odisha

ETV Bharat / state

ବିଜେପୁର ଫାଇଟ, ନବୀନଙ୍କୁ କୋଶଳ ସଂଗ୍ରାମୀଙ୍କ ଟାର୍ଗେଟ - naveen pattnayak

ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନକୁ ମୁଦ୍ଦା କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କୋଶଳ ସଂଗ୍ରାମୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା ବରଗଡ

By

Published : Apr 9, 2019, 5:58 AM IST

ବରଗଡ: ବିଜେପୁର ଫାଇଟରେ ନବୀନ ବନାମ କୋଶଳ ସଂଗ୍ରାମୀ । ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନକୁ ମୁଦ୍ଦା କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କୋଶଳ ସଂଗ୍ରାମୀ । କୋଶଳ ରାଜ୍ୟ ଯୁବ ସମନ୍ବୟ ସମିତି ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ବିରୋଧରେ ଚାଲିଛି ଜନଜାଗରଣ ଯାତ୍ରା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବରଗଡ

ତେବେ ଆସନ୍ତା 18 ତାରିଖରେ ବରଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହିଞ୍ଜିଳି ପରେ ବିଜେପୁର ମୈଦାନରେ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନକୁ ମୁଦ୍ଦା କରି ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ନଦେବା ପାଇଁ ଆହ୍ବାନ ଦେଇଛି କୋଶଳ ରାଜ୍ୟ ଯୁବ ସମନ୍ମୟ ସମିତି । ଦୀର୍ଘ ଦିନ ଧରି କୋଶଳ ରାଜ୍ୟ ଗଠନ ପାଇଁ ଦାବି ହୋଇ ଆସୁଥିବା ବେଳେ ଏଥିରେ କୌଣସି ହସ୍ତକ୍ଷପ କରି ନଥିଲା ବିଜେଡି । ତେଣୁ ଚଳିତ ନିର୍ବାଚନରେ ନବୀନଙ୍କୁ ଭୋଟ ନଦେବା ପାଇଁ ଏକ ଜନଜାଗରଣ ଯାତ୍ରା ଦ୍ବାରା ସଚେତନ କରାଉଛନ୍ତି କୋଶଳ ସଂଗ୍ରାମୀମାନେ । ଏଥିସହିତ କୋଶଳ ରାଜ୍ୟ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବାର୍ତ୍ତା ଦେଇଛନ୍ତି ସମିତିର ସଦସ୍ୟମାନେ ।

ଅନ୍ୟପଟେ କୋଶଳ ସଂଗ୍ରାମୀମାନେ ବିଭିନ୍ନ ଗ୍ରାମକୁ ବାଇକ ଶୋଭାଯାତ୍ରା ତଥା ସଭାସମିତି ଆୟୋଜନ କରି ନବୀନଙ୍କୁ ବିରୋଧ କରିଛନ୍ତି । କୋଶଳ ରାଜ୍ୟ ଦାବିର ଯଥାର୍ଥତା ଏବଂ ପଶ୍ଚିମ ଓଡିଶା ପ୍ରତି ହୋଇଥିବା ଅବହେଳା ବିଷୟରେ ମଧ୍ୟ ଗାଁ ଗାଁରେ ବୁଝାଉଛନ୍ତି କୋଶଳ ସଂଗ୍ରାମୀ । ବିଜେପୁର, ଗାଇସିଲେଟ, ଲାଉମୁଣ୍ଡା, ଅରଡା, ବୁରୋମୁଣ୍ଡା, ଗୁଦେରପାଳି, ବାଦୀପାଳି, ଭଟିଗାଁ ଆଦି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କାରାଯାଇଛି ।

ବରଗଡରୁ ରାଜେଶ ଶରାଫ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details