ଓଡିଶା

odisha

ETV Bharat / state

କୋରୋନା ଯୋଦ୍ଧାଙ୍କ ପାଇଁ କୋଶଳ ସଂଗ୍ରାମୀଙ୍କ ଜାତୀୟ ସଂଗୀତ ଗାନ

ବରଗଡରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ କୋଶଳ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ କୋରୋନା ଯୋଦ୍ଧାଙ୍କ ପାଇଁ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧାଙ୍କ ପାଇଁ ଜାତୀୟ ସଂଗୀତ ଗାନ କଲେ କୋଶଳ ସଂଗ୍ରାମୀ
କୋରୋନା ଯୋଦ୍ଧାଙ୍କ ପାଇଁ ଜାତୀୟ ସଂଗୀତ ଗାନ କଲେ କୋଶଳ ସଂଗ୍ରାମୀ

By

Published : May 31, 2020, 8:35 AM IST

ବରଗଡ: କୋରୋନା ମୁକାବିଲାରେ ଆଗଧାଡିର ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ବରଗଡରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ କୋଶଳ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ କୋରୋନା ଯୋଦ୍ଧାଙ୍କ ପାଇଁ ଜାତୀୟ ସଂଗୀତ ଗାନ କରାଯାଇଛି ।

କୋରୋନା ଯୋଦ୍ଧାଙ୍କ ପାଇଁ ଜାତୀୟ ସଂଗୀତ ଗାନ କଲେ କୋଶଳ ସଂଗ୍ରାମୀ

ବରଗଡ ଜିଲ୍ଲା ବିଜେଡି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହା ସହ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀମାନେ ସନ୍ଧ୍ୟା 5 ଟା 30 ମିନିଟ ସମୟରେ ଏକତ୍ରିତ ହୋଇ ସଂଗୀତ ଗାନ କରିଥିଲେ ।

ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆନ୍ଦୋଳନ କରିଆସୁଥିବା କୋଶଳ ସଂଗଠନ ପକ୍ଷରୁ ବରଗଡ ଜିଲ୍ଲାର ବିଭିନ୍ନ ଗ୍ରାମମାନଙ୍କରେ ବନ୍ଦେ ଉତ୍କଳ ଜନନୀ ଗୀତ ବଦଳରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏପରିକି ବରଗଡ ଗାନ୍ଧୀ ଛକରେ ଗୋଟିଏ ସଂଗଠନ ବନ୍ଦେ ଉତ୍କଳ ଜନନୀ ଗାନ କରୁଥିବା ବେଳେ ସେହି ଏକା ସମୟରେ କୋଶଳ ସଂଗଠନ ଜାତୀୟ ସଂଗୀତ ଗାନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details