ବରଗଡ: ଚିନ୍ତାରେ ଜିଲ୍ଲାର ଧାନ ଚାଷୀ । ପ୍ରତିକୂଳ ପାଣିପାଗ କାରଣରୁ ଚଳିତ ଖରିପ ଋତୁରେ ଫସଲରେ ରୋଗ ପୋକର ପାର୍ଦ୍ରୁଭାବ ବଢିବାକୁ ଲାଗିଲାଣି । ଯେତେ କୀଟନାଶକ ବ୍ୟବହାର କଲେ ମଧ୍ୟ କାମଦେଉନି । ଏପରିକି ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି ଧାନ ଫସଲ । ଅନ୍ୟପଟେ ରୋଗପୋକ ଦାଉରୁ ଧାନ ଫସଲକୁ ରକ୍ଷା କରିବା ପାଇଁ କୃଷି ବିଭାଗର ବୈଜ୍ଞାନିକ ଟିମ ମଧ୍ୟ ଫେଲ ମାରିଛି ।
ଫଳରେ ଜିଲ୍ଲାର ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଧାନ ଫସଲରେ ଲାଗିଥିବା ରୋଗପୋକ । ଧାନ ଗଛ ମାନଙ୍କ ମୂଳରୁ ଶେଷ ପର୍ଯ୍ୟନ୍ତ ଲାଲ ହୋଇଯାଉଥିବା ବେଳେ ଆଖପାଖ କ୍ଷେତକୁ ମଧ୍ୟ ଏହି ରୋଗ ବ୍ୟାପିବାରେ ଲାଗିଛି ।