ବରଗଡ: ଯୁବକ ଅବସ୍ଥାରେନିଜ ପ୍ରେମିକା ପାଇଁ ଅନେକ ପାଗଳ ସାଜୁଥିବାବେଳେ ୩୩ ବର୍ଷିୟଖଗେଶ୍ଵର ଦେହେରି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ସେ ତାଙ୍କ ପ୍ରେମିକା ପାଇଁ ନୁହେଁ ବରଂମୁଖ୍ୟମନ୍ତ୍ରୀଙ୍କ ପାଇଁ ନିଜ ଘରଦ୍ବାର ଛାଡି ଦେଇଥିବା ଖବର ବେଶ୍ ଆଚମ୍ବିତ କରିଛି । ଯେଉଁଠି ନବୀନ ପଟ୍ଟନାୟକ ସେଇଠି ଖଗେଶ୍ବର। ରାଜ୍ୟରେ ହେଉ ଅବା ରାଜ୍ୟ ବାହାରେ ନବୀନଙ୍କ କାର୍ଯ୍ୟକ୍ରମରେ ତାଙ୍କର ଟିକିଏ ଝଲକ ପାଇଁ ହାଜର ହୋଇଯାଇଥାନ୍ତି ଖଗେଶ୍ଵର ।
ଖୁବ୍ ଆଶ୍ଚର୍ଯ୍ଯ ଲାଗିବ ଶୁଣିଲେ, ବାହା ହେବା ପାଇଁ ସଞ୍ଚୟ କରିଥିବା ଟଙ୍କା ନବୀନଙ୍କ ପଛରେ ଧାଇଁ ଧାଇଁ ଖର୍ଚ୍ଚ କରୁଛନ୍ତି |ପ୍ରଥମେ ସେ ଅତାବିରା ରେ ଗୋଟିଏ ଔଷଧ ଦୋକାନ ରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ । କିନ୍ତୁ ନବୀନଙ୍କ ଏତେ ବଡ ଫ୍ୟାନ ହୋଇଗଲେ ଯେ, ସେ ନିଜର କାମ ଧନ୍ଦା ଛାଡି ମୁଖ୍ୟମନ୍ତ୍ରୀଙ୍କ ପଛରେ ବୁଲୁଛନ୍ତି | ନବୀନଙ୍କ ନିଃସ୍ଵାର୍ଥପରଜନସେବା ପରି ତାଙ୍କପ୍ରେମ ମଧ୍ୟ ନିଃସ୍ଵାର୍ଥବୋଲି ଖଗେଶ୍ବର କୁହନ୍ତି ।