ଓଡିଶା

odisha

ETV Bharat / state

ରୁହିଣିଆ ଗାଁରେ ଧୁମଧାମରେ ପାଳନ ହେଲା କାର୍ତ୍ତିକ ଚତୁର୍ଦ୍ଦଶୀ - କାର୍ତ୍ତିକ ଚତୁର୍ଦଶୀ

50 ବର୍ଷ ହେଲା କାର୍ତ୍ତିକ ଚତୁର୍ଦ୍ଦଶୀରେ ବାଳଭୋଗ ଅର୍ପଣ କରି ଭଗବାନଙ୍କୁ ପ୍ରସନ୍ନ କରିଥାନ୍ତି ରୁହୁଣିଆ ଗ୍ରାମବାସୀ । ଆସନ୍ତୁ ଜାଣିବା ଏହି ବଳଭୋଗ କ'ଣ ? ଅଧିକ ପଢନ୍ତୁ

ରୁହିଣିଆ ଗାଁରେ ଧୁମଧାମରେ ପାଳନ ହେଲା କାର୍ତ୍ତିକ ଚତୁର୍ଦ୍ଦଶୀ
ରୁହିଣିଆ ଗାଁରେ ଧୁମଧାମରେ ପାଳନ ହେଲା କାର୍ତ୍ତିକ ଚତୁର୍ଦ୍ଦଶୀ

By ETV Bharat Odisha Team

Published : Nov 26, 2023, 10:35 PM IST

ରୁହିଣିଆ ଗାଁରେ ଧୁମଧାମରେ ପାଳନ ହେଲା କାର୍ତ୍ତିକ ଚତୁର୍ଦ୍ଦଶୀ

ବରଗଡ଼:ବର୍ଷ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ । ସନାତନ ଧର୍ମରେ କାର୍ତ୍ତିକ ମାସକୁ ସମ୍ପୂର୍ଣ୍ଣ ଭାବେ ଶୁଭ ବୋଲି ଗ୍ରହଣ କରାଯାଇଛି । ତେବେ ଅଧିକାଂଶ ଲୋକେ ମାସ ସାରା ବୁଡ ପକାଇ ପୂଣ୍ୟ ଅର୍ଜନ କରିଥାନ୍ତି । ଯେଉଁ ମାନେ ମାସ ସାରା ବୁଡ ପକାଇନଥାନ୍ତି କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ମଧ୍ୟ ପଞ୍ଚକ ବୁଡ ପକାଇଲେ ବିଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।ଏହି ଅବସରରେ ବରଗଡ଼ ସହର ନିକଟସ୍ଥ ରୁହୁଣିଆ ଗ୍ରାମରେ ବହୁ ଧୁୁମଧାମରେ ପାଳନ କରାଯାଏ ।

ଦୀର୍ଘ 50 ବର୍ଷରୁ ଅଧିକ ହେବ ରୁହୁଣିଆ ଗ୍ରାମବାସୀ କାର୍ତ୍ତିକ ମାସର ପ୍ରତିଦିନ ଭୋରରୁ ଭଜନ କୀର୍ତ୍ତନ କରି ସାରା ଗ୍ରାମ ପରିକ୍ରମା କରିଥାନ୍ତି ଏବଂ କାର୍ତ୍ତିକ ମାସ ଚତୁର୍ଦଶୀ ଦିନରେ "ବାଳଭୋଗ ଅର୍ପଣ ଉତ୍ସବ" ପାଳନ କରିଥାନ୍ତି । ତେବେ ଆଜି ରୁହିଣିଆ ଗ୍ରାମରେ ଆଖପାଖ ଅଞ୍ଚଳର ଶହ ଶହ ଛୋଟ ଛୋଟ ପିଲାମାନଙ୍କୁ ବାଲଭୋଗ ଅର୍ପଣ କରାଯାଇଥିଲା । 1971 ମସିହା ଠାରୁ ଏହି "ବାଳଭୋଗ ଅର୍ପଣ ଉତ୍ସବ" ପାଳିତ ହୋଇଆସୁଛି ।

ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ, ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପ୍ରଥମେ ଗ୍ରାମର ଛୋଟ ପିଲାମାନଙ୍କୁ ଭୋଜନ ପ୍ରଦାନ କରି ଏହି ଏହି ଉତ୍ସବ ପାଳନ କରାଯାଇଥିଲା । ହେଲେ ଆଜି ଏହି ଉତ୍ସବରେ ଆଖପାଖ ଅଞ୍ଚଳର ଶହଶହ ଛୋଟ ପିଲାମାନେ ସାମିଲ ହୋଇଛନ୍ତି । କାର୍ତ୍ତିକ ମାସରେ ସମସ୍ତେ ଭଗବାନଙ୍କୁ ଆରାଧନା କରିଥାନ୍ତି କିନ୍ତୁ ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ ପ୍ରକୃତ ଭଗବାନଙ୍କର ବାସ ରହିଥାଏ ଏବଂ ଶିଶୁମାନଙ୍କୁ ଈଶ୍ୱରଙ୍କ ଅବତାର ବୋଲି ବିିଶ୍ୱାସ ରହିଛି ।ତେଣୁ କୁନି କୁନି ଶିଶୁମାନଙ୍କୁ ବାଳଭୋଗ ଅର୍ପଣ କରି ପ୍ରକୃତ ଭଗବାନଙ୍କୁ ପ୍ରସାଦ ଅର୍ପଣ କରିଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ବିଶ୍ୱାସ ରହିଛି ଯେ ଶିଶୁ ମାନଙ୍କୁ ଶ୍ରଦ୍ଧାର ସହିତ ଈଶ୍ଵରଙ୍କ ଉଦ୍ଦେଶରେ ଭୋଗ ଅର୍ପଣ କରାଗଲେ ତାହା ଇଶ୍ଵର ପାଇଥାନ୍ତି ଓ କଲ୍ୟାଣ ହୋଇଥାଏ । ତେଣୁ ଏହି ବିଶ୍ୱାସରେ ରୁହୁଣିଆ ଗ୍ରାମର ପୂର୍ବପୁରୁଷ ମାନେ ସାମୁହିକ କଲ୍ୟାଣ ନିମନ୍ତେ କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ପରି ଶ୍ରେଷ୍ଠ ଦିନରେ ଛୋଟ ଛୋଟ ପିଲାମାନଙ୍କୁ ବାଳଭୋଗ ଅର୍ପଣ ଉତ୍ସବ ଆରମ୍ଭ କରିଥିଲେ ।ଗ୍ରାମର ପ୍ରତ୍ୟେକ ପରିବାର ଏହି ଉତ୍ସବରେ ସାମିଲ ହୋଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ପଞ୍ଚୁକ ଚତୁର୍ଦ୍ଦଶୀ ତିଥି, ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details