ଓଡିଶା

odisha

By

Published : Aug 26, 2021, 7:49 AM IST

ETV Bharat / state

ଗାଁ ବିକାଶର ବାସ୍ତବ ଚିତ୍ର, ରାସ୍ତା ନୁହେଁ ତ ଧାନ ବିଲ !

ରାଜ୍ୟରେ ସଡକ ଯୋଜନା ସଫଳ ହୋଇଛି ପ୍ରତି ଗାଁରେ ପକ୍କା ରାସ୍ତା ହୋଇଥିବା କହି ବାଃ ବାଃ ନେଉଥିବା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି ବରଗଡ଼ ଜିଲ୍ଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗାଁ ରାସ୍ତା । ଅଧିକ ପଢନ୍ତୁ...

ରାସ୍ତ ନୁହେଁ ତ କାଦୁଆ ପନ୍ତରା
ରାସ୍ତ ନୁହେଁ ତ କାଦୁଆ ପନ୍ତରା

ବରଗଡ: ରାସ୍ତ ନୁହେଁ ତ କାଦୁଆ ପନ୍ତରା । ରାଜ୍ୟରେ ସଡକ ଯୋଜନା ସଫଳ ହୋଇଛି ପ୍ରତି ଗାଁରେ ପକ୍କା ରାସ୍ତା ହୋଇଥିବା କହି ବାଃ ବାଃ ନେଉଥିବା ସରକାର ଏ ଦୃଶ୍ୟ ଥରେ ଦେଖିବା ଦରକାର । ବିକାଶ ଖାଲି ନାମକୁ ମାତ୍ର । ରାସ୍ତା ନଥିବାରୁ ଖଟିଆରେ ରୋଗୀ ବୁହା ହେବା ଭଳି ପରିସ୍ଥିତି ଦେଖା ଦେଇଛି । ରାସ୍ତାର ଏପରି ଅବସ୍ଥା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗାଁରେ ।

ରାସ୍ତ ନୁହେଁ ତ କାଦୁଆ ପନ୍ତରା

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଅନେକ ଯୋଜନାରେ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ କଣ୍ଟାତଳ ଗାଁ ପାଇଁ ଭଲ ରାସ୍ତାଟିଏ ସ୍ବପ୍ନ ପାଲଟିଛି । ଅସରାଏ ବର୍ଷାରେ ରାସ୍ତାରେ କାଦୁଅରେ ଭର୍ତ୍ତି ହେଉଛି । ରାସ୍ତାର ଅବସ୍ଥା ଏପରି ଯେ ସାଇକେଲ ଗାଡି ତ ଦୂରରେ ଥାଉ ଚାଲିକି ଯିବା ବି ମୁସ୍କିଲ । ଅନ୍ୟପକ୍ଷରେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ରହିଛି । ଫଳରେ କଣ୍ଟାତଳ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ଗାଁର ୬୫ ବର୍ଷିୟା ବୃଦ୍ଧ ଭକ୍ତ ଚରଣ ନାଏକ ହଠାତ୍ ଅସୁସ୍ଥ ହେବା ଯୋଗୁଁ ତାଙ୍କୁ ପରିବାର ଲୋକେ ଖଟିଆରେ ବୋହି ଡାକ୍ତରଖାନା ନେବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତା ଖରାପ ପାଇଁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା ଫଳରେ ରୋଗୀଙ୍କୁ ଖଟିଆରେ ବୁହାଇ ନିକଟସ୍ଥ ଗ୍ରାମ ପତ୍ରାପାଲି ପର୍ଯ୍ୟନ୍ତ ଆଣିବା ପରେ ଏକ ଭଡ଼ାଗାଡିରେ ଖେଦାପାଲି ସ୍ଥିତ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଯାହାର ଦୃଶ୍ୟ ବଖାଣିଥିଲା ରାସ୍ତାର ଅବସ୍ଥା ।

ଅଞ୍ଚଳବାସୀ ବାରମ୍ବାର ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ରାସ୍ତା ନିର୍ମାଣ ପ୍ରତି ଧ୍ୟାନ ଦେଉନଥିବା କୁହାଯାଇଛି । ଅସୁବିଧା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନକୁ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details