ଓଡିଶା

odisha

By ETV Bharat Odisha Team

Published : Nov 17, 2023, 10:05 PM IST

ETV Bharat / state

ଅନ୍ଧବିଶ୍ୱାସକୁ ଦୂର କରିବାକୁ ବରଗଡରେ ଯୁଗାର ଯାତ୍ରା

62 ବର୍ଷରେ ପର୍ଦାପଣ ହେଲା ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଯୁଗାର ଯାତ୍ରା । 4 କୁଇଣ୍ଟାଲ ଧାନ ଏବଂ 14 ଫୁଟ ଉଚ୍ଚତା ନିର୍ମାଣ ହେଲା ଦାନବ । ବଳିପ୍ରଥାକୁ ବିରୋଧ କରି ଲୋକଙ୍କୁ ସଚେତନ କରିବାକୁ ଏହି ଯାତ୍ରା ଆୟୋଜନ କରାଯାଉଛି । ଅଧିକ ପଢନ୍ତୁ

ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଯୁଗାର ଯାତ୍ରା
ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଯୁଗାର ଯାତ୍ରା

ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଯୁଗାର ଯାତ୍ରା

ବରଗଡ଼:ସମାଜରେ ଏବେ ମଧ୍ୟ ଅନ୍ଧବିଶ୍ୱାସକୁ ନେଇ ବଳି ପ୍ରଥା ଜାରି ରହିଛି । ହେଲେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଯୁଗାର ଯାତ୍ରା ଏହି ଅନ୍ଧବିଶ୍ୱାସ ଏବଂ ବଳି ପ୍ରଥାକୁ ଦୂର କରୁଛି । ବିଜେପୁର ବ୍ଲକ ଅନ୍ତର୍ଗତ ଲାଉମୁଣ୍ଡା ଗାଁରେ ଦୀର୍ଘ 62 ବର୍ଷ ଧରି ଦେବୀ ମା' କାଳୀଙ୍କ ପୂଜା ଆୟୋଜନ କରାଯାଉଥିବା ବେଳେ ଏଠାରେ ବଳିପ୍ରଥା ବଦଳରେ ଖଇରେ ନିର୍ମିତ ଯୁଗାରକୁ ଦେବୀଙ୍କ ଠାରେ ଅର୍ପଣ କରି ସମାଜକୁ ନିଆରା ବାର୍ତ୍ତା ପ୍ରଦାନ କରାଯାଉଛି । ଲୋକଙ୍କ ମଧ୍ୟରେ ରହିଥିବା ବଳି ପ୍ରଥା ପରି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସଚେତନାର ବର୍ତ୍ତା ବହନ କରୁଛି ଯୁଗାର ଯାତ୍ରା ।

ବଳିପ୍ରଥାକୁ ବିରୋଧ କରି ଲୋକଙ୍କୁ ସଚେତନ କରିବାକୁ ଯାଇ ଦୀର୍ଘ 62 ବର୍ଷ ଧରି ବିଜେପୁର ବ୍ଲକ ଲାଉମୁଣ୍ଡା ଠାରେ ପ୍ରସିଦ୍ଧ ଯୁଗାର ଯାତ୍ରା କରାଯାଉଛି । ଚଳିତ ବର୍ଷ 4 କୁଇଣ୍ଟାଲ ଧାନରେ ନିର୍ମିତ 14 ଫୁଟ ଉଚ୍ଚ ବିଶିଷ୍ଟ ଏକ ବିରାଟ ଯୁଗାର ସାଙ୍ଗକୁ 200ଟି ଛୋଟ ବଡ଼ ଯୁଗାର ଶ୍ରଦ୍ଧାଳୁମାନେ ମା' କାଳୀଙ୍କୁ ସମର୍ପଣ କରିଛନ୍ତି । ଏହି ଯୁଗାର ଯାତ୍ରାରେ ଲାଉମୁଣ୍ଡା ସହିତ ଆଖପାଖ ଅଞ୍ଚଳର ବହୁ ଲୋକେ ଆସିଥାନ୍ତି । ଚଳିତ ବର୍ଷ 50 ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ସୂଚନା ମିଳିଛି । ଅଞ୍ଚଳବାସୀଙ୍କ ବିଶ୍ୱାସ ରହିଛି ମା'ଙ୍କ ନିକଟରେ ଯାହା ମନସ୍କାମନା କଲେ, ତାହା ପୂରଣ ହୋଇଥାଏ । ଯେଉଁ ମାନଙ୍କର ମାନସିକ ପୂର୍ଣ୍ଣ ହୋଇଥାଏ, ସେମାନେ ଯୁଗାର ତିଆରି କରି ମା'ଙ୍କ ଠାରେ ଅର୍ପଣ କରିଥାନ୍ତି l
ଏହା ମଧ୍ୟ ପଢନ୍ତୁ ....ପୀଠ ସହ ପୂଜା ମଣ୍ଡପରେ ଝଟକୁଛନ୍ତି ମାଆ, କାଳୀ ପୂଜା ନେଇ ଭଦ୍ରକରେ ଉତ୍ସବର ମାହୋଲ

ଯୁଗାର ଯାତ୍ରା ପାଇଁ ଚଳଚଞ୍ଚ ହୋଇ ଉଠିଛି ଲାଉମୁଣ୍ଡା ଅଞ୍ଚଳ ସନ୍ଧ୍ୟରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ମୀନାବଜାର ମଜାନେଉଛନ୍ତି ଅଞ୍ଚଳବାସୀ । ଏହା ସହ ଜଳନ୍ଧର ଦରବାରରେ ପ୍ରକମ୍ପିତ ହୋଇ ଉଠୁଛି ଲାଉମୁଣ୍ଡା ଅଞ୍ଚଳ । ବଳି ପରି ଅନ୍ଧବିଶ୍ୱାସରେ ହଜାର ହଜାର ପଶୁ ପକ୍ଷୀଙ୍କୁ ହତ୍ୟା କରାଯାଉଛି ମାତ୍ର ଲାଉମୁଣ୍ଡା ଗ୍ରାମବାସୀ ଏହି ଯାତ୍ରା ମାଧ୍ୟମରେ ସମାଜକୁ ବଳି ପ୍ରଥା ଏକ ଅନ୍ଧବିଶ୍ବାସ ବୋଲି ଯେଉଁ ବାର୍ତ୍ତା ଦେଇଆସୁଛନ୍ତି ତାହାକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ ।
ଏହା ମଧ୍ୟ ପଢନ୍ତୁ.....ମାଆ କାଳୀଙ୍କ ପୂଜା ଆରାଧନା ପାଇଁ ଉତ୍ସବ ମୁଖର ସୋନପୁର

ଏହା ମଧ୍ୟ ପଢନ୍ତୁ...ଚଳଚଞ୍ଚଳ ସାକ୍ଷୀଗୋପାଳ, ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା' ଦକ୍ଷିଣ କାଳୀ

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details