ବରଗଡ଼:ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର କୁହାଯାଉଥିବା ସ୍ଥିତ ଦଧିବାବନ ମନ୍ଦିରକୁ ଗଲା ନିମନ୍ତ୍ରଣ । ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ସେବାୟତ ଟିମ୍ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ 17 ଓ 18 ତାରିଖରେ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବ । ତେଣୁ ସେବାୟତଙ୍କର3 ଜଣିଆ ଟିମ୍ ବଲାଙ୍ଗୀ , ନୂଆପଡା ଓ ବରଗଡ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ପ୍ରଦାନ କରିଛନ୍ତି । ତେବେ ପୁରୀ ଧାମରୁ ଆସିଥିବା ଏହି ୩ ଜଣିଆ ସେବାୟତ୍ତ ଦଳ ବଲାଙ୍ଗୀର ଓ ନୂଆପଡ଼ାରେ ନିମନ୍ତ୍ରଣ କରିସାରିବା ପରେ ଗତକାଲି(ଗୁରୁବାର) ସନ୍ଧ୍ୟାରେ ବରଗଡ ଜିଲ୍ଲା ଗସ୍ତ କରିଥିଲେ ।
ପ୍ରଭୁ ଶ୍ରୀ ନୃସିଂହନାଥଙ୍କ ମନ୍ଦିରରେ ସେବାୟତମାନଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହାଙ୍କ ନେତୃତ୍ବରେ ମନ୍ଦିର କମିଟି ଓ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା । ଦୁଇଟି କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ମାଧ୍ଯମରେ ସେବାୟତ ମାନଙ୍କୁ ମନ୍ଦିର ମଧ୍ଯକୁ ପାଛୋଟି ନେଇଥିଲେ । ମନ୍ଦିରରେ ସେବାୟତମାନେ ପ୍ରଭୁ ନୃସିଂହନାଥଙ୍କ ଆଳତୀ ଦର୍ଶନ କରିବା ସହ ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ । ନିମନ୍ତ୍ରଣ ପତ୍ର ପ୍ରଦାନ ପରେ ସମସ୍ତ ସେବାୟତ ବରଗଡରେ ରାତ୍ରି ଯାପନ କରିଥିଲେ । ଆଜି ସକାଳ 10 ଟା ସମୟରେ ଭଟଲି ଛକଠାରେ ସମସ୍ତ ସେବାୟତଙ୍କୁ ବ୍ୟାପକ ସ୍ଵାଗତ ସମ୍ବର୍ଦ୍ଧନା କରଯାଇଥିଲା ଏବଂ ଦ୍ଵିତୀୟ ଶ୍ରୀକ୍ଷେତ୍ର ପ୍ରଭୁ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ କରିଥିଲେ ସେବାୟତ ।
ଏହା ମଧ୍ୟ ପଢନ୍ତୁ...ମାଲକାନଗିରିରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ