ଓଡିଶା

odisha

By

Published : Feb 15, 2020, 3:58 AM IST

ETV Bharat / state

ପୁଅ ନହେବାରୁ ପତ୍ନୀଙ୍କ ସହ 3 ଝିଅଙ୍କୁ ଘରୁ ତଡିଲେ ସ୍ବାମୀ

ମରିଗଲା ମାନବିକତା । ପୁଅ ହେଲା ନାହିଁ ବୋଲି 3 ଲକ୍ଷ୍ମୀବନ୍ତ ଝିଅଙ୍କ ସହ ପତ୍ନୀଙ୍କୁ ଘରୁ ତଡିଦେଇଛନ୍ତି ସ୍ବାମୀ । ନ୍ୟାପ ପାଇଁ ପୀଡିତା ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ପଢନ୍ତୁ ସଂପୂ୍ର୍ଣ୍ଣ ଖବର...

husband-reject-wife-and-dougheter-in-baragarh
ଏ କେମିତିକା କାର୍ଯ୍ୟ; ପୁଅ ହେଲାନାହିଁ ବୋଲି ପତ୍ନୀ ସହ 3 ଝିଅଙ୍କୁ ତଡିଦେଇଛନ୍ତି ଘରୁ

ବରଗଡ: ବାହାଘରର ୧୧ ବର୍ଷ ପରେ ମଧ୍ୟ ପୁଅ ବଦଳରେ ତିନୋଟି କନ୍ୟା ସନ୍ତାନ ହୋଇଥିବାରୁ ସ୍ତ୍ରୀ ସହିତ ତିନି ସନ୍ତାନକୁ ଘରୁ ତଡି ଦେବାପରି ଘଟଣା ଘଟିଛି ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଟୁର୍ଚ୍ଚାପାଳି ଗ୍ରାମରେ | ଚତୁର୍ଥ ସନ୍ତାନ ହେବା ପୂର୍ବରୁ କାଳେ ପୁଣି କନ୍ୟା ସନ୍ତାନ ଜନ୍ମ ହେବ ସେହି ଭୟରେ ନିଜ ସ୍ତ୍ରୀ ସହିତ ୩ ଝିଅଙ୍କୁ ଛାଡିଦେବା ପରି ଏକ ଅଭାବନୀୟ ଘଟଣା ଘଟିଛି ବରଗଡରେ | ତେବେ ଚତୁର୍ଥ ସନ୍ତାନ ପୁତ୍ର ଜନ୍ମ ହେବାର ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ଦ୍ଦୟ ବାପାର ଦେଖା ନାହିଁ |

ଏ କେମିତିକା କାର୍ଯ୍ୟ; ପୁଅ ହେଲାନାହିଁ ବୋଲି ପତ୍ନୀ ସହ 3 ଝିଅଙ୍କୁ ତଡିଦେଇଛନ୍ତି ଘରୁ

ଗାଇସିଲେଟ ଥାନା ଅନ୍ତର୍ଗତ ଟୁର୍ଚ୍ଚାପାଳି ଗ୍ରାମର ଗିରିସୂତା ସାହୁ ୧୯ ବର୍ଷ ତଳେ ସେହି ଗ୍ରାମର ସୁରେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ | ହେଲେ ଗୋଟେ ପରେ ଗୋଟେ ତିନୋଟି କନ୍ୟା ସନ୍ତାନ ହେବାପରେ ଚତୁର୍ଥ ଗର୍ଭ କାଳେ ଝିଅ ହେବ ବୋଲି ସ୍ଵାମୀ ଘରୁ ତଡି ଦେଇଥିଲେ ତେବେ ଏନେଇ ଗାଇସିଲେଟ ଥାନାରେ ଗିରିସୂତା ସାହୁଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା |

ତେବେ ଆଜି ଗିରିସୂତା ତାଙ୍କର ଚତୁର୍ଥ ପୁତ୍ର ସନ୍ତାନ ଓ ତିନୋଟି ଝିଅସହିତ ଦୀର୍ଘ ୮ ବର୍ଷ ହେଲାଣି ଏକାକୀ ରହିଛନ୍ତି ହେଲେ ତାଙ୍କୁ ନ୍ୟାୟ ମିଳିପାରୁ ନାହିଁ | ତେବେ ଗାଇସିଲେଟ ପୋଲିସ ସହଯୋଗ କରୁନଥିବାରୁ ବରଗଡ ଏସପିଙ୍କ ନିକଟକୁ ଅହିଯୋଗ ନେଇ ପହଞ୍ଚିଛନ୍ତି ଗ୍ରାମାବାସୀ |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details