ଓଡିଶା

odisha

ETV Bharat / state

କୋରୋନାରେ ମୃତ୍ୟୁ ହେଲେ ମୃତଦେହ ସତ୍କାର ପାଇଁ କେତେ ପ୍ରସ୍ତୁତ ପ୍ରଶାସନ?, ଦେଖନ୍ତୁ ଏହି ଦୃଶ୍ୟ

ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ କୋରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ ମାତ୍ର କରାଯାଇଥିଲା ଏବଂ ଶବକୁ 20 ଘଣ୍ଟା ଧରି କେହି ହାତ ମାରିନଥିଲେ | ଅନାଥ ହୋଇ ପଡି ରହିଥିଲା ମୃତଦେହ |

how-ready-is-the-administration-to-bury-the-dead-in-corona
କୋରୋନାରେ ମୃତ୍ୟୁ ହେଲେ ମୃତଦେହ ସତ୍କାର ପାଇଁ କେତେ ପ୍ରସ୍ତୁତ ପ୍ରଶାସନ?, ଦେଖନ୍ତୁ ଏହି ଦୃଶ୍ୟ

By

Published : May 29, 2020, 6:44 AM IST

ବରଗଡ: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଲଜ୍ଜାର ବିଷୟ ହୋଇଛି ଆଜିର ହୃଦୟ ବିଦାରକ ଘଟଣା | କୋରୋନା ମହାମାରୀ ପାଇଁ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ସାରା ରାଜ୍ୟରେ ସରକାର କୋଭିଡ ହସ୍ପିଟାଲ ନିର୍ମାଣ କରିସାରିଥିବା ବେଳେ କରୋନାରେ ମୃତ ବ୍ୟକ୍ତିଙ୍କ ମୃତଦେହ ସତ୍କାର ମଧ୍ୟ ଜିଲ୍ଲା ପ୍ରଶାସନର ତଦାରଖରେ କରାଯିବ ବୋଲି ନିୟମ କରିଛନ୍ତି ସରକାର | ହେଲେ ବରଗଡ ଜିଲ୍ଲା ପ୍ରଶାସନ କୋରୋନା ମହାମାରୀ ପାଇଁ କେତେ ସଜାଗ ରହିଛି ଏବଂ ବରଗଡରେ କୋରୋନାରେ ମୃତ ବ୍ୟକ୍ତିଙ୍କ ମୃତଦେହ ସତ୍କାର ଉପରେ ପ୍ରଶାସନ କେତେ ପ୍ରସ୍ତୁତ ଅଛି ତାହା ଆଜି ପଦାକୁ ପଡିଯାଇଛି |

କୋରୋନାରେ ମୃତ୍ୟୁ ହେଲେ ମୃତଦେହ ସତ୍କାର ପାଇଁ କେତେ ପ୍ରସ୍ତୁତ ପ୍ରଶାସନ?, ଦେଖନ୍ତୁ ଏହି ଦୃଶ୍ୟ

ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ କୋରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ ମାତ୍ର କରାଯାଇଥିଲା ଏବଂ ମୃତଦେହକୁ 20 ଘଣ୍ଟା ଧରି କେହି ହାତ ମାରିନଥିଲେ | ଅନାଥ ହୋଇ ପଡି ରହିଥିଲା ମୃତଦେହ | ତେବେ ଯଦି ବରଗଡରେ ମଧ୍ୟ କୋରୋନା ରୋଗରେ ମୃତ୍ୟୁ ହୁଏ ତାହାହେଲେ କଣ ଏମିତି ପଡିରହିବା ମୃତ ଦେହ ? ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ସ୍ଵିପରମାନେ 5 ହଜାର ଟଙ୍କା ଦାବି କରିଥିଲେ ଯାହାକି ବର୍ତମାନ ପରି ମହାମାରୀ ସ୍ଥିତିରେ ମଣିଷ ପାଇଁ ଲଜ୍ଜାଜନକ ଘଟଣା ଅଟେ |

ତେବେ ବରଗଡରେ କୋରୋନା ରୋଗରେ ମୃତ୍ୟୁ ହେଲେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଅଛି ତାହାର ନଗ୍ନ ନମୁନା ଆଜି ଲୋକ ଲୋଚନକୁ ଆସିଯାଇଛି | ଏବଂ ଏହା ବର୍ତ୍ତମାନ ଏକ ଚିନ୍ତାର ବିଷୟ ହୋଇଛି ଯେ ଆଗକୁ ମହାମାରୀ ଭୟାବହ ରୂପ ନେଲେ କିପରି କରାଯିବ ମୃତଦେହ ସତ୍କାର ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details